ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା; ୧୧ ମୃତଦେହ ଉଦ୍ଧାର

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା; ୧୧ ମୃତଦେହ ଉଦ୍ଧାର

ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ୧୧ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବର୍ତ୍ତମାନ ସୂତ୍ରରୁ ଖବର ମିଳିଛି । ହେଲିକପ୍ଟର ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିବାବେଳେ ବର୍ତ୍ତମାନ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ସୂଚନାରୁ ଜଣାପଡିଛି । ସେପଟେ, ଦୁର୍ଘଟଣାର ଯାଂଚ ଆଦେଶ ଦେଇଛି ବାୟୁସେନା ।

ବର୍ତ୍ତମାନ ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ଅନ୍ୟ ୩ ଗୁରୁତରଙ୍କୁ ଉଇଲଙ୍ଗଟନ୍ ମିଲିଟାରୀ ହସ୍ପିଟାଲକୁ ନିଆଯାଇଛି । ତେବେ ଘଟଣାସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ।