୩୦ ଯାଏଁ ଆଶାରେ ରହିଲେ ଆର୍ୟନ

୩୦ ଯାଏଁ ଆଶାରେ ରହିଲେ ଆର୍ୟନ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଏବେ ଜେଲ୍‌ରେ ଥିବା ବେଳେ ଗତକାଲି ତାଙ୍କର ଜାମିନ୍‌ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଥିଲେ । ଆଜି ସ୍ୱତନ୍ତ୍ର NCB କୋର୍ଟ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରିଛନ୍ତି । ଅକ୍ଟୋବର ୩୦ ଯାଏଁ ସେ ହାଜତରେ ରହିବେ ବୋଲି କୋର୍ଟ କହିଛନ୍ତି । ଏଥି ସହିତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ୩୦ ତାରିଖ ଯାଏଁ ହାଜତରେ ରହିବେ ବୋଲି ଜଣାପଡ଼ିଛି ।