‘ଇଡା’ ପ୍ରଭାବୟର ନ୍ୟୁୟର୍କରେ ୪୬ ରୁ ଅଧିକ ଲୋକଙ୍କ ମୃତ୍ୟୁ

‘ଇଡା’ ପ୍ରଭାବୟର ନ୍ୟୁୟର୍କରେ ୪୬  ରୁ ଅଧିକ ଲୋକଙ୍କ ମୃତ୍ୟୁ

ନ୍ୟୁୟର୍କରେ ବାତ୍ୟା ‘ଇଡା’ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଯୋଗୁଁ ୪୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଥିବାର ଜଣାପଡିଛି । ଏହାସହ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।  ବାତ୍ୟା ପ୍ରଭାବରେ ମଙ୍ଗଳବାର ରାତିରୁ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା କାରଣରୁ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ନ୍ୟୁୟର୍କ ସହରରେ ବାତ୍ୟା ପ୍ରଭାବରେ ଏତେ ଲୋକଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ନ୍ୟୁୟର୍କ ଗଭର୍ଣ୍ଣର ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।