ଗର୍ଭାବସ୍ଥାର ପ୍ରଥମ ତିନି ମାସ ଦୂରେଇ ରୁହନ୍ତୁ ଏସବୁ ଖାଦ୍ୟ ଠାରୁ

ଗର୍ଭାବସ୍ଥାର ପ୍ରଥମ ତିନି ମାସ ଦୂରେଇ ରୁହନ୍ତୁ ଏସବୁ ଖାଦ୍ୟ ଠାରୁ

କୁହାଯାଏ ନାରୀ ମା' ହେବା ପରେ ପୂର୍ଣ୍ଣତା ପାଇଥାଏ। ମା' ହେବା ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଭୂତି ହୋଇଥାଏ। କିନ୍ତୁ ଟିକିଏ ଅସାବଧାନତା ପାଇଁ ସେହି ଖୁସିର ଅନୁଭୂତି ଦୁଃଖରେ ପରିଣତ ହୋଇଯାଏ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରପୂର୍ଣ୍ଣିମା ହୋଇଥାଏ। ଏହି ତିନି ମାସରେ ଟିକେ ଅସାବଧାନତା ହେଲେ ଗର୍ଭପାତ ହେବାର ଆଶଙ୍କା ସର୍ବାଧିକ ରହିଥାଏ। ତେଣୁ ଗର୍ଭବତୀ ମହିଳାମାନେ ପ୍ରଥମ ତିନି ମାସ ସେମାନଙ୍କ ଖାଦ୍ୟ ଓ ଜୀବନଶୈଳୀକୁ ନେଇ ବିଶେଷ ଯତ୍ନବାନ ହେବା ଆବଶ୍ୟକ।ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହୁଛୁ ଯାହା ଗର୍ଭବତୀ ମହିଳାମାନେ ପ୍ରଥମ ତିନି ମାସରେ ଖାଇବା ଉଚିତ୍ ନୁହେଁ।

କଞ୍ଚା ମାଂସ ଓ ମାଛ:

ଜଣେ ଗର୍ଭବତୀ ମହିଳା ପ୍ରଥମ ତିନି ମାସରେ କଞ୍ଚା ମାଂସ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ହୋଇଥାଏ। କଞ୍ଚା ମାଂସରେ ଅନେକ ଜୀବାଣୁ ରହିଥାଏ ଯାହା ଫୁଡ୍ ପଏଜନିଂ କରାଏ।

ଯଦି ଆପଣଙ୍କର ଏହି ସମୟରେ ମାଂସ ଖାଇବାକୁ ବହୁତୁ ଇଚ୍ଛା ହୁଏ ତେବେ ତାହାକୁ ଭଲ ଭାବରେ ରାନ୍ଧି ଖାଆନ୍ତୁ। ମାଂସକୁ ରାନ୍ଧିବା ଆଗରୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ସେହିପରି ଗର୍ଭାବସ୍ଥାର ପ୍ରଥମ ତିନି ମାସ ସି ଫୁଡ୍, ମାଛରେ ପ୍ରସ୍ତୁତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ରହିଛି।ଏହି ପୋଷକ ତତ୍ତ୍ୱ ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହାସହ ମାଛରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି, କିନ୍ତୁ ଏଥିରେ ଅଧିକ ପରିମାଣର ମରକରି ରହିଥାଏ ଯାହାକି ଗର୍ଭସ୍ଥ ଶିଶୁ ପାଇଁ ସାଂଘାତିକ ହୋଇପାରେ।

ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କୁ କୁଣ୍ଡେଇ ହୋଇ ଫୁଲି ଯିବା, ଘା ହେବା’, ବାନ୍ତି କିମ୍ବା ଝାଡ଼ା ହେବାର ଆଶଙ୍କା ଥିବାରୁ ସି ଫୁଡ୍ ଖାଇବାକୁ ବାରଣ କରାଯାଇଛି। ସେହିପରି ଶୁଖୁଆ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।

କଞ୍ଚା ଅଣ୍ଡା:-

କଞ୍ଚା ଅଣ୍ଡା କିମ୍ବା ଏଥିରୁ ପ୍ରସ୍ତୁତ କୌଣସି ଖାଦ୍ୟ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ୍ ନୁହେଁ। ଗର୍ଭାବସ୍ଥାରେ ବାନ୍ତି କିମ୍ବା ଝାଡ଼ା ହେବାର ସମସ୍ୟା ରହିଥାଏ। ଅଣ୍ଡାରୁ ସଲ୍ମୋନେଲା ନାମକ ଭାଇରସ ହେବାର ଆଶଙ୍କା ରହିଥାଏ। ଯଦିଓ ଏହା ଶିଶୁ ପାଇଁ ସିଧାସଳଖ କ୍ଷତିକାରକ ନୁହେଁ, କିନ୍ତୁ ମା'ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା ଶିଶୁ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। 

କଞ୍ଚା କ୍ଷୀର:-

କ୍ଷୀର କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଭଲ ଅଟେ। କିନ୍ତୁ କଦାପି କଞ୍ଚା କ୍ଷୀର ପିଅନ୍ତୁ ନାହିଁ। ଏହା ଅପରିଷ୍କୃତ ହୋଇଥିବା ସହ ସେଥିରେ ଅନେକ କ୍ଷତିକାରକ ଭାଇରସ ରହିଥାଏ, ଯାହା ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୁଏ।, ତେଣୁ ସର୍ବଦା ଶୁଦ୍ଧ କ୍ଷୀର ପିଅନ୍ତୁ ଏବଂ ପିଇବା ପୂର୍ବରୁ ଭଲଭାବରେ ଫୁଟାନ୍ତୁ।

ଅମୃତଭଣ୍ଡା:-

ଗର୍ଭାବସ୍ଥାରେ କଞ୍ଚା ଏବଂ ପାଚିଲା ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାକୁ ଖାଇବା ଦ୍ୱାରା ଗର୍ଭାଶୟ ସଂକୋଚନ ହୋଇପାରେ, ଯାହା ଦ୍ଵାରା ଗର୍ଭପାତର ଆଶଙ୍କା ବଢ଼ି ଥାଏ। ଅମୃତଭଣ୍ଡାରେ ଲେଟେକ୍ସ, ପେପେଇନ ଏବଂ ପେପସିନ୍ ନାମକ ପଦାର୍ଥ ଥାଏ ଯାହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିପାରେ।

ସପୁରୀ:-

ଯଦିଓ ସପୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଏଡାଇବା ଉଚିତ୍। ସପୁରୀରେ ବ୍ରୋମେଲାଇନ୍ ଏନଜାଇମ୍ ଥାଏ ଯାହା ଗର୍ଭାଶୟକୁ କୋମଳ କରିପାରେ ଏବଂ ଏହା ଲେବର ପେନ୍ ଆରମ୍ଭ କରିବା ସହ ଗର୍ଭପାତ କରାଇ ପାରେ। ତେଣୁ ଗର୍ଭାବସ୍ଥାର ପ୍ରାରମ୍ଭ ମାସଗୁଡିକରେ ସପୁରୀ ନଖାଇବା ଭଲ।

ପଣସ ଓ ବାଇଗଣ:-

ଗର୍ଭବତୀ ମହିଳାମାନେ ପ୍ରଥମ ତିନି ମାସ ବାଇଗଣ ଖାଇବା ଉଚିତ୍ ନୁହେଁ। ଏଥିରେ ଅନେକ ଫାଇଟୋ ହରମୋନ ରହିଛି ଯାହାକି ଋତୁସ୍ରାବ କରାଇବାରେ ସହାୟକ ହୋଇଥାଏ। ତେଣୁ ପ୍ରଥମ ତିନି ମାସ ବାଇଗଣ ଖାଇବା ଦ୍ବାରା ଗର୍ଭପାତ ହୋଇପାରେ। ସେହିପରି ଗର୍ଭବତୀ ମହିଳାମାନେ ପଣସ ଖାଇବା ଉଚିତ୍ ନୁହେଁ। ପଣସରେ ଅଧିକ ପରିମାଣରେ ଭିଟାମିନ -c ରହିଥାଏ। ଏହା ଗର୍ଭଧାରଣର ପ୍ରାରମ୍ଭିକ ଅବସ୍ଥାରେ ଖାଇବା ଦ୍ବାରା ଗର୍ଭପାତ ହୋଇପାରେ। 

ଆଲୋଭେରା ଜୁସ୍ :-

ଆଲୋଭେରା ଜୁସ୍ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ମିଳି ପାରେ, କିନ୍ତୁ ଆଲୋଭେରା ଜୁସ୍ ଗର୍ଭବତୀ ମହିଳାଙ୍କ ପାଇଁ ବିଷ ପରି ହୋଇଥାଏ। ଗର୍ଭାବସ୍ଥାରେ ଆଲୋ ଭେରା ଜୁସ୍ ସେବନ କରିବା ଦ୍ୱାରା ପେଲଭିକ୍ ସ୍ଥାନରୁ ରକ୍ତସ୍ରାବ ହୋଇପାରେ, ତେଣୁ ଗର୍ଭାବସ୍ଥାର ପ୍ରଥମ ତିନି ମାସିରେ ଆଲୋ ଭେରା ଜୁସ୍ ବା ଏହାର ଅନ୍ୟାନ୍ୟ ଉପାଦାନ ଖାଇବାଠାରୁ ଦୂରେଇ ରୁହନ୍ତୁ।

ସଜନା:-

ଭିଟାମିନ୍, ଆଇରନ୍ ଏବଂ ପୋଟାସିୟମରେ ଭରପୂର ସଜନା ଅତ୍ୟଧିକ ପୁଷ୍ଟିକର, କିନ୍ତୁ ଏଥିରେ ଆଲଫା ସାଇଟୋଷ୍ଟେରଲ୍ ମଧ୍ୟ ରହିଥାଏ ଯାହା ଆପଣଙ୍କ ଗର୍ଭସ୍ଥ ଶିଶୁକୁ ମାରିପାରେ। ଏଥିରେ ଥିବା ଇଷ୍ଟ୍ରୋଜେନ୍ ପରି ଯୌଗିକ ଗର୍ଭପାତର କାରଣ ହୋଇପାରେ। ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ରାଶି ଖାଇବା ଉଚିତ୍ ନୁହେଁ। ମହୁ ରାଶି ଏକାଠି ଖାଇବା ଗର୍ଭପାତର କାରଣ ହୋଇପାରେ। ଏହା ବ୍ୟତୀତ ରାଶି, ଡ୍ରାଏ ଫୁଡ୍ ଆଦି ଠାରୁ ଦୂରେଇ ରୁହନ୍ତୁ। ଏହା ପେଟ ଗରମ କରିବା ସହ ସମୟ ପୂର୍ବରୁ ପ୍ରସବ କରାଇ ପାରେ। ଅର୍ଥାତ୍ ପ୍ରାଥମିକ ଅବସ୍ଥାରେ ଏହା ଗର୍ଭପାତର ଆଶଙ୍କା ବଢାଇ ଥାଏ।