ବିଜେପି ଛାଡି TMC ରେ ସାମିଲ ହେଲେ ବାବୁଲ ସୁପ୍ରିୟୋ

ବିଜେପି ଛାଡି TMC ରେ ସାମିଲ ହେଲେ ବାବୁଲ ସୁପ୍ରିୟୋ

ପୁଣି ରାଜନୀତି ମୈଦାନକୁ ଓହ୍ଲାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ସବୁ କଳ୍ପନା ଜଳ୍ପନା ପୂର୍ଣ୍ଣଛେଦ ପକାଇ ସେ TMC ରେ ସାମିଲ ହୋଇଛନ୍ତି । ଆଜି ସେ ବିଦ୍ଧିବଧ୍ ଭାବେ ଦଳରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରୋଇନଙ୍କ ଉପସ୍ଥିତିରେ ତ୍ରୁଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ବାବୁଲ୍ ସୁପ୍ରିୟୋ ଗତ କିଛି ଦିନି ତଳେ ବିଜେପି ଛାଡିଥିବା ବେଳେ ଆଜି TMC ରେ ସାମିଲ ହୋଇଛନ୍ତି। ସେ କେବଳ ଦଳ ଛାଡିନଥିଲେ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ । ହେଲେ ଏବେ ପୁଣିଥରେ ସେ ରାଜନୀତିକୁ ଫେରିଛନ୍ତି । ତେବେ ସୂଚନା ଥାଉକି ଗତ ପଶ୍ଚିମବଙ୍ଗ ନିର୍ବାଚନରେ ସେ ଟୋଲିଗଞ୍ଜରୁ ଆସନରୁ TMCର ଅରୁପ ବିଶ୍ୱାସଙ୍କ ଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ ।