ବେଆଇନ ଭାବେ ଆନ୍ଧ୍ରକୁ ଚାଲାଣ ହେଉଥିଲା ବାଲି, ଧରିଲେ ଗ୍ରାମବାସୀ

ବେଆଇନ ଭାବେ ଆନ୍ଧ୍ରକୁ ଚାଲାଣ ହେଉଥିଲା ବାଲି, ଧରିଲେ ଗ୍ରାମବାସୀ
ବେଆଇନ ଭାବେ ଆନ୍ଧ୍ରକୁ ଚାଲାଣ ହେଉଥିଲା ବାଲି, ଧରିଲେ ଗ୍ରାମବାସୀ

ଖଲ୍ଲିକୋଟ, ୨୧/୧୧: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀର ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ଚାଲାଣ ହେଉଥିଲା ବାଲି । ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ଚୋରା ବାଲି ଗାଡି ଧରିଲେ ଗ୍ରାମବାସୀ ।

ସୂଚନାନୁସାରେ, ପଡୋଶୀ ଆନ୍ଧ୍ର ପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର  ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା | କିନ୍ତୁ ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀମାନେ ବେଆଇନ ଭାବେ ଛତ୍ରପୁର ଥାନା ଗୋବାଗ୍ରାମରୁ ଦୁଇ ବାଲି ଗାଡି ଧରିଛନ୍ତି ।   

ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଣଚି ଦୁଇ ଗାଡିକୁ ଜବତ କରିବା ସହ ଡ୍ରାଇବରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି |    କିଛି ମାସ ତଳେ ଗଞ୍ଜାମର ଋୁଷିକୁଲ୍ୟା ନଦୀ ଘାଟରୁ ରାତ୍ର ସମୟରେ ବହୁବାର ବେଆଇନ ଭାବେ ବାଲି ଆନ୍ଧ୍ର ଯାଉଥିବା ନେଇ ଖବର ପ୍ରସାରଣ ହୋଇଥିଲା ।  ତେବେ ଏଯାବତ  ବାଲି ମାଫିଆଙ୍କ ମୁଖ୍ୟ କିଏ ବୋଲି ଟେର ପାଉନି ପୋଲିସ କିମ୍ବା ଜିଲାପ୍ରଶାସନ । ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l