ବାଙ୍ଗରିପୋଷୀ ଦ୍ୱାରସୁଣୀ ଘାଟିରେ ଦୁର୍ଘଟଣା: ଜଣେ ମୃତ, ୩ ଆହତ

ବାଙ୍ଗରିପୋଷୀ ଦ୍ୱାରସୁଣୀ ଘାଟିରେ ଦୁର୍ଘଟଣା: ଜଣେ ମୃତ, ୩ ଆହତ
ବାଙ୍ଗରିପୋଷୀ ଦ୍ୱାରସୁଣୀ ଘାଟିରେ ଦୁର୍ଘଟଣା: ଜଣେ ମୃତ, ୩ ଆହତ

ବାରିପଦା ୩୦/୦୪: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବସ । ଫଳରେ ଏହି ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ବାଙ୍ଗରିପୋଷୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ବାଙ୍ଗରିପୋଷୀ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଛନ୍ତି ।

ବସଟି ସମ୍ବଲପୁର ଅଞ୍ଚଳରୁ ମିସ୍ତ୍ରୀ ମାନଙ୍କୁ ନେଇ ମୁଶୀର୍ଦାବାଦ ଯାଉଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ମୃତକକୁ ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠେଇ ଦିଆଯାଇଛି । ମୃତକ ମୁଶୀର୍ଦାବାଦ ଅଞ୍ଚଳର ବୋଲି ଜଣାପଡିଛି..