ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ

ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ

ଜାଲ ଜମି କାଗଜପତ୍ର ଦାଖଲ କରି କଟକ ହାଇକୋର୍ଟ କର୍ପୋରେସନ୍ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଖବର ଅନୁଯାୟୀ, ଖୋର୍ଦ୍ଧା ପାଇକରାପୁର ଅଞ୍ଚଳର ଜମି ମାଲିକଙ୍କ ନକଲି କାଗଜପତ୍ରରେ ଋଣ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା । କଟକର ସତ୍ୟ ଶଙ୍କର ଶତପଥୀ ପାଇକରାପୁରର ସତ୍ୟବାଦୀ ବଳିଆର ସିଂଙ୍କ ଜମିର ନକଲି କାଗଜ ଦେଇ ବ୍ୟଙ୍କରୁ ୬୮ ଲକ୍ଷ ଟଙ୍କା ନେଇଥିଲେ । ତେବେ ଅଭିଯୋଗ ପରେ ତଦନ୍ତ କରି ଏବେ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।