ଜଓ୍ୱାଦ ପ୍ରଭାବରେ ଗଜପତିରେ କୋହଲା ପାଗ, ଲାଗି ରହିଛି ଝିପିଝିପି ବର୍ଷା

ଜଓ୍ୱାଦ ପ୍ରଭାବରେ ଗଜପତିରେ କୋହଲା ପାଗ, ଲାଗି ରହିଛି ଝିପିଝିପି ବର୍ଷା
ଜଓ୍ୱାଦ ପ୍ରଭାବରେ ଗଜପତିରେ କୋହଲା ପାଗ, ଲାଗି ରହିଛି ଝିପିଝିପି ବର୍ଷା

ଗଜପତି, ୦୪/୧୨:   ଗଜପତି ଜିଲ୍ଲାରେ ବାତ୍ୟାର  ବର୍ତ୍ତମାନ ସୁଦ୍ଧା ସେଭଳି କିଛି ପ୍ରଭାବଦେଖିବାକୁ ମିଳିନାହିଁ  । ତେବେ ଶୁକ୍ରବାର ଠାରୁ କୋହଲିଆ ପାଗ ରହିଥିବା ବେଳେ  ରାତିସାରା କେବଳ ଝିପିଝିପି ବର୍ଷା ଲାଗିରହିଛି । 

ଏହାସହ ମଝିରେ ମଝିରେ ପବନ ବହୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଯାଏଁ ଜିଲାରେ ହାରାହାରି ୨୦ ମିମି ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ୭ଟି ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସମାନ ଭାବରେ ଝିପିଝିପି ବର୍ଷା  ଜାରି ରହିଛି  । ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟା ଆଶ୍ରୟସ୍ଥଳୀକୁ କାହାକୁ ସ୍ଥାନାନ୍ତର କରାଯାଇନାହିଁ । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ।  ଯଦି ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଏ ତେବେ ଉଦ୍ଧାର ଓ ବାତ୍ୟା ପରିଚାଳନା କାର୍ଯ୍ୟ ତ୍ବରାନ୍ବିତ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।