Thursday, March 28, 2024
31.1 C
Odisha

    ଭୁଲ ଦିଗରେ ଲଗାଇଛନ୍ତି କି ପାଣି ଟ୍ୟାପ୍‌ ? ଜୀବନରେ ଦେଖାଦେଇପାରେ ଆର୍ଥିକ ସମସ୍ୟା

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାସ୍ତୁଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ । ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଜୀବନରେ ସକାରାତ୍ମକ ଏବଂ ବାସ୍ତୁ ନିୟମ ବିରୋଧରେ ଗଲେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଆନେକ ସମୟରେ ଛୋଟ ଛୋଟ ଭୁଲ କାରଣରୁ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ ଯାହା ପାରିବାରିକ କଳହ, ସ୍ୱାସ୍ଥ୍ୟ ସମସ୍ୟା, ଆର୍ଥିକ ସଙ୍କଟ ଇତ୍ୟାଦିର କାରଣ ହୋଇପାରେ । ବିଶେଷ କରି ଘରର ପାଣି ଟ୍ୟାପ୍ ଲିକ୍ ହେଲେ କିମ୍ବା ପାଣି ଟ୍ୟାପ୍ ଭୁଲ ଦିଗରେ ସ୍ଥାପିତ ହେଲେ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ । ମନେରଖନ୍ତୁ, ଜଳର ସମ୍ବନ୍ଧ ଧନ ସହ ଜଡ଼ିତ । ତେଣୁ ପାଣି ଟ୍ୟାପ୍ ଲିକ୍ ହେଉଥିଲେ ହେଳା ନ କରି ତୁରନ୍ତ ମରାମତି କରନ୍ତୁ । ତେବେ ଆସନ୍ତୁ ଜାଣିବା ପାଣି ଟ୍ୟାପ୍ ବା ଟାଙ୍କି ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ ବିଷୟରେ:

    ୧. ଘରର ପାଣି ଟ୍ୟାପ୍ ଲିକ୍ ହେବା: ବାସ୍ତୁ ଅନୁଯାୟୀ ଘରର କୌଣସି ଟ୍ୟାପରୁ ପାଣି ଲିକ୍ ହେବା ଅଶୁଭ ସଙ୍କେତକୁ ସୂଚାଇଥାଏ । ବିଶଷ କରି ରୋଷେଇ ଘର । ରୋଷେଇ ଘର ଅଗ୍ନି କୋଣକୁ ସୂଚାଇଥାଏ । ଜଳ ଏବଂ ଅଗ୍‌ନି ଏକାଠି ହେଲେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଏହା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ ବଢ଼ିଯାଏ । ପାଣି ଟ୍ୟାପ୍ ଲିକ୍ ହେଲେ ଜୀବନରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ତେଣୁ ଖରାପ ପାଣି ଟ୍ୟାପକୁ ଯେତେ ଶୀଘ୍ର ସମ୍ଭବ ସଜାଡ଼ି ଦିଅନ୍ତୁ ।

    ୨. ପାଣି ଟ୍ୟାପ୍ ଲଗାଇବାର ଉଚିତ ଦିଗ: ଘରର ଉତ୍ତର ପୂର୍ବ ଦିଗରେ ପାଣି ଟ୍ୟାପ୍ ଲଗାଇବା ଉଚିତ । ଏହା ଦ୍ୱାରା ଘରେ କଳହ ସୃଷ୍ଟି ହେବା ସମ୍ଭାବନା କମିବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ବ୍ୟକ୍ତିର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । କୁହାଯାଏ ଜଳର ସମ୍ବନ୍ଧ ଚନ୍ଦ୍ରମା ସହିତ ରହିଛି । ତେଣୁ ଟ୍ୟାପରୁ ପାଣି ଲିକ୍ ହେବା ବ୍ୟକ୍ତିର ରାଶିରେ ଚନ୍ଦ୍ରମାକୁ ଦୁର୍ବଳ କରିଥାଏ ।
    ୩. ଏହି ଦିଗରେ ରଖନ୍ତୁ ପାଣି ଟାଙ୍କି: ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଜିନିଷ ରଖିବାର ନିର୍ଦ୍ଦିଷ୍ଟ ଦିଗ ରହିଛି । ଘରର ଉତ୍ତର ପୂର୍ବ ଦିଗରେ ପାଣି ଟାଙ୍କି ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ଦ୍ୱାରା ବ୍ୟକ୍ତିର ଜୀବନରେ ଆର୍ଥିକ ସମୃଦ୍ଧି ହୋଇଥାଏ । ମନେରଖିବେ ପାଣି ଟାଙ୍କି କେବେ ବି ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଜୀବନରେ ଋଣ ସମସ୍ୟା ଦେଖାଦେଇଥାଏ ।

    ୪. ବ୍ୟାପାରରେ କ୍ଷତି: ଘରେ ପାଣି ଟ୍ୟାପ୍ ଲିକ୍ ହେଲେ ଏହାର ପ୍ରଭାବ ବ୍ୟାପାର ଉପରେ ମଧ୍ୟ ପଡ଼ିଥାଏ । ବ୍ୟକ୍ତି ଜଣଙ୍କୁ ବ୍ୟାପାରରେ ସବୁବେଳେ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ । ବ୍ୟାପାରରେ କେବେବି ଅଗ୍ରଗତି ହୁଏନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    24 %
    1.6kmh
    87 %
    Thu
    32 °
    Fri
    40 °
    Sat
    41 °
    Sun
    38 °
    Mon
    41 °

    ସମ୍ବନ୍ଧିତ