ଜିତିଥିବା ପଦକ ହରାଇଲେ ବିନୋଦ କୁମାର

ଜିତିଥିବା ପଦକ ହରାଇଲେ ବିନୋଦ କୁମାର
scroll.in

ପଦକ ହରାଇଲେ ବିନୋଦ କୁମାର । ପାରାଲମ୍ପିକ୍ସ ପୁରୁଷ F52 କାଟାଗୋରୀ ଡିସକସ୍ ଥ୍ରୋରେ କାଂସ୍ୟ ପଦକ ବିଜୟୀ ବିନୋଦ କୁମାରଙ୍କୁ ବଡ଼ ଝଟକା । ଦିବ୍ୟାଙ୍ଗ ବର୍ଗୀକରଣ ମୂଲ୍ୟାୟନ ଟେଷ୍ଟରେ ଫେଲ ମାରିଲେ ବିନୋଦ । ପାରାଲମ୍ପିକ୍ସ ଟେକନିକାଲ୍ ଆସେସମେଣ୍ଟ ଟିମ୍ ବିନୋଦଙ୍କୁ ଅଯୋଗ୍ୟ ଘୋଷଣା କରିଛି । ଫଳରେ ବିନୋଦ ଫେରାଇବେ ପଦକ । ଏବେ ଟୋକିଓ ପାରାଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ ରୁ କମି ୬ ହୋଇଛି ।

ଟୋକିଓ ପାରାଲମ୍ପିକ୍ସର ଟେକ୍ନିକାଲ ଡେଲିଗେଟ ବିନୋଦ କୁମାରଙ୍କୁ ସ୍ଥାନିତ କରାଯାଇଥିବା କାଟାଗୋରୀକୁ ନେଇ ତାଙ୍କ ଶାରୀରିକ ଅକ୍ଷମତା ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ସେ ଫେଲ୍ ମାରିଥିଲେ । ଯାହାଫଳରେ ସେ ଗତକାଲି ଜିତିଥିବା କାଂସ୍ୟ ପଦକକୁ ଫେରାଇବାକୁ ପଡ଼ିଛି ।

ଡିସକସ୍ ଥ୍ରୋ F-52 କାଟାଗୋରୀର ଫାଇନାଲ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଥିଲେ ଭାରତୀୟ ପାରା ଆଥଲେଟ ବିନୋଦ କୁମାର । ଫାଇନାଲ ରାଉଣ୍ଡରେ ସେ ୧୯.୯୧ ମିଟର ଡିସକସ୍ ଫିଙ୍ଗି କାଂସ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ।ଫାଇନାଲ ରାଉଣ୍ଡର ୬ଟି ପ୍ରୟାସରେ ବିନୋଦ ଯଥାକ୍ରମେ ୧୭.୪୬ ମିଟର, ୧୮.୩୨ ମିଟର, ୧୭.୮୦ ମିଟର, ୧୯.୧୨ ମିଟର ଓ ୧୯.୮୧ ମିଟର ଡିସକସ୍ ଫୋଫାଡ଼ିଥିଲେ । ଏହାକୁ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ ।