କଂଗ୍ରେସର ୬ ଘଣ୍ଟିଆ ହରତାଳ: ବିଜେଡ଼ି କହିଲା ସତ୍‌ସାହାସ ଥିଲେ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଓ

କଂଗ୍ରେସର  ୬ ଘଣ୍ଟିଆ ହରତାଳ: ବିଜେଡ଼ି କହିଲା ସତ୍‌ସାହାସ ଥିଲେ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଓ

ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସର ଆଜି ୬ ଘଣ୍ଟିଆ ହରତାଳ କରିଥିବା ବେଳେ ଏହାକୁ ସମାଲୋଚନା କରିଛି ବିଜେଡି। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି, କଂଗ୍ରେସର ହରତାଳ ଏକ ଉପହାସ । ଝିଅକୁ ନେଇ ରାଜନୀତି ନ କରିବାକୁ ମମିତାଙ୍କ ବାପା ଅନୁରୋଧ କରିଥିଲେ । ଏଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ଶସ୍ତା ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି। ସତ୍‌ସାହାସ ଥିଲେ କଂଗ୍ରେସ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଆନ୍ତୁ । କଂଗ୍ରେସ ବିଜେପିର ‘ବି’ ଟିମ୍‌ ବୋଲି ପୁଣି କହିଛନ୍ତି ସସ୍ମିତ । କଂଗ୍ରେସ ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି ବୋଲି ସସ୍ମିତ କହିଛନ୍ତି ।