ପିପିଲିରେ ଶଙ୍ଖ ଉଡାଇଲା ବିଜୟର ବାନା; ରୁଦ୍ରଙ୍କ ବାଜିମାତ

ପିପିଲିରେ ଶଙ୍ଖ ଉଡାଇଲା ବିଜୟର ବାନା;  ରୁଦ୍ରଙ୍କ ବାଜିମାତ

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା। ପିପିଲିବାସୀ ପାଇଲେ ନୂଆ ମୁଖିଆ। ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ।

ବିଜେଡିକୁ ୨୫ ରାଉଣ୍ଡ ଶେଷ ସୁଦ୍ଧା ୯୨ ହଜାର ୮୧୦ ଭୋଟ ମିଳିଥିବା ବେଳେ ବିଜେପିକୁ ୭୨ ହଜାର ୩୨୧ ଏବଂ କଂଗ୍ରେସକୁ ୪୧୫୫ ଖଣ୍ଡ ଭୋଟ ମିଳିଛି।

ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ଆଗରେ ରହିଆସିଥିଲା ବିଜେଡି। ସେହି ସଂଖ୍ୟାକୁ ଦେଖି ଅନୁମାନ କରାଯାଉଥିଲା କି ବିଜେଡି ପିପିଲର ମଙ୍ଗ ଧରିବ। ଏବେ ସେହି ଅନୁମାନ ସତ ହୋଇଛି। ବିଜେଡି ଦଳର ସମର୍ଥକମାନେ ଖୁସି ମନାଉଛନ୍ତି। ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ନିଜ ବିଜୟକୁ ନେଇ ବହୁତ ଖୁସି ରହିଛନ୍ତି।