ପଶ୍ଚିମବଙ୍ଗରେ ପୁଣି ରକ୍ତପାତ,ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗରେ ପୁଣି ରକ୍ତପାତ,ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ପରବର୍ତ୍ତୀ ହିଂସା । ଟିଏମ୍‌ସି ଓ ବିଜେପିର ରାଜନୈତିକ ଟକ୍କର ପୁଣି ବେଙ୍ଗଲରେ ଲାଗିଛି ରକ୍ତ ଛିଟା। ଆଜି ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିଜେପି ଯୁବ ମୋର୍ଚ୍ଚା ନେତା ମିଥୁନ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଜଣା ପଡ଼ିଛି । ମିଥୁନଙ୍କୁ ଉତ୍ତର ଦିନାଜପୁରର ଇତାହରରେ ହତ୍ୟା କରାଯାଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ” ଉତ୍ତର ଦିନାଜପୁର ଜିଲ୍ଲା BJYM ଭାଇସ୍‌ ପ୍ରେସିଡେଣ୍ଟ ମିଥୁନ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଉଛି।ଏହା ଟିମ୍‌ଏମ୍‌ସିର କାର୍ଯ୍ୟକଳାପ। କିଛି ଅସାମାଜିକ ରକ୍ତପିପାଶୁ ପାଗଳ କୁକୁର ତାଙ୍କ ବସ୍‌ଙ୍କ କଥାରେ ଏଭଳି କାଣ୍ଡ ଭିଆଇଛନ୍ତି। ଆମର ସମୟ ଆସିଲେ ଏହାର ଜବାବ ଦେବୁ। ଆମେ ମିଥୁନ ଘୋଷଙ୍କୁ ଭୁଲିପାରିବୁ ନାହିଁ ।” ତେବେ ଏହି ଘଟଣାରେ ଏବେ ପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି କି ଟିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।