୨ ଉପନିର୍ବାଚନ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

୨ ଉପନିର୍ବାଚନ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ରାଜ୍ୟରେ ୨ଟି ଉପନିର୍ବାଚନ ଆସନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କ ନାମକୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେହିଭଳି ତିର୍ତ୍ତୋଲ ଆସନ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା ହୋଇଛି ।

ପ୍ରକାଶ ଥାଉ କି, ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଉଭୟ ବିଧାନସଭାର ଆସନ ପଦ ଖାଲି ପଡିଥିଲା । ତେବେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୭ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି । ସେହିପରି ନଭେମ୍ବର ୩ରେ ଭୋଟଗ୍ରହଣ ଏବଂ ନଭେମ୍ବର ୧୦ରେ ଭୋଟ ଗଣତି ଶେଷ ହେବ ।