ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ। ୨ ଅଭିଯୁକ୍ତ ଚିହ୍ନଟ ନେଇ ସୂଚନା ଦେଲେ ଡିଆଇଜି ଜୟନାରାୟଣ ପଙ୍କଜ। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବି କହିଲେ ଡିଆଇଜି। ତେବେ ଦୁଇ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ମିଳି ପାରିବ। ଏବଂ ସେମାନେ କାହିଁକି ଏପରି କରିଥିଲେ ତାହା ମଧ୍ୟ ସ୍ପଷ୍ଟ ହେବ ଗିରଫ ପରେ। ତେବେ ଗତ ୧୦ ତାରିଖ ଦିନ ବିଧାୟକ ମିଟିଂରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଗୋଟିଏ ମଟର ସାଇକେଲରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରିଥିଲେ।