ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଆନ୍ଦିଆ ଛକରୁ ଜବତ ହୋଇଛି କୋଟିଏ ଟଙ୍କାର ଧଳାଜହର । ୧ କେଜି ୩୦ ଗ୍ରାମ୍‌ ବ୍ରାଉନସୁଗର ଜବତ ହେବା ସହ ୨ ଜଣ ଗିରଫ ହୋଇଛନ୍ତି। ୨ଜଣ ବାଇକରେ ବ୍ରାଉନ ସୁଗାର ନେଇ ଜଳେଶ୍ୱରରୁ ଭଦ୍ରକକୁ ଆସୁଥିବାବେଳେ ଚେକ୍‌ ଗେଟ୍‌ରେ ଧରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।ସେମାନଙ୍କ ନିକଟରୁ ୧ କେଜି ୩୦ ଗ୍ରାମ୍‌ ବ୍ରାଉନସୁଗର ଜବତ କରାଯାଇଥିଲା। ଏହାସହ ୩ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଭଦ୍ରକ ଏସ୍‌ପି।