ପୁରୀରୁ ୩ କୋଟିର ବ୍ରାଉନସୁଗରର ଜବତ୍

ପୁରୀରୁ ୩ କୋଟିର ବ୍ରାଉନସୁଗରର ଜବତ୍

ପୁଣି ପୁରୀରୁ ବ୍ରାଉନସୁଗରର ଜବତ୍। ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପୋଲିସ ।

ଘଟଣାରେ କଣାସ ଥାନା କେଶରପୁର ଗାଁର ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ସହ ରାଜକିଶୋର ସାହୁ ଓ ମାନସ ସାହୁକୁ ଗିରଫ କରାଯାଇଛି । ଏବେ ବି ଡିଏସ୍‌ପିଙ୍କ ନେତୃତ୍ୱରେ ୩ଟି ଟିମ୍‌ ଚଢାଉ କରୁଛନ୍ତି । ନଗଦ ୨୦ହଜାର ଟଙ୍କା, ୪ଟି ମୋବାଇଲ ଓ କାର ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସପି କନଓ୍ଵର ବିଶାଲ ସିଂ ସୂଚନା ଦେଇଛନ୍ତି ।