ପୁରୀ ସହରରୁ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ ସହରରୁ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ରାଜ୍ୟରେ ଅଣାୟତ୍ତ ହେଲାଣି ନିଶା କାରବାର। ଆଜି ସକାଳୁ ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୁରୀ ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଏହାସହ ଘଟଣା ସହ ଜଡ଼ିତ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚୁରା କରୁଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରର ଓ ଅନ୍ୟ ଜଣକ ସତ୍ୟବାଦୀ ଅଞ୍ଚଳର ବୋଲି ଜଣାପଡିଛି ।ଭୁବନେଶ୍ବରରୁ ପୁରୀକୁ ଏହି ତିନି ଅଭିଯୁକ୍ତ ବ୍ରାଉନସୁଗାର ସପ୍ଲାଇ କରୁଥିଲେ। ବ୍ରାଉନସୁଗାର ସହ ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବାଇକ୍ ଏବଂ ୫ଟି ମୋବାଇଲ ଫୋନ ସହ ଛୋଟ ଓଜନ ମେସିନ ମଧ୍ୟ ଜବତ ହୋଇଛି। ଏ ନେଇ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।