ବ୍ୟବସାୟୀଙ୍କୁ ଅପହରଣ ଘଟଣା; ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ବ୍ୟବସାୟୀଙ୍କୁ ଅପହରଣ ଘଟଣା; ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ
photo: orissapost

ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି । ଗିଣଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ ।

ଗତ ୫ ତାରିଖରେ ଖଣି ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହିଥିଲେ ଅପହରଣକାରୀ । ଏଥିପାଇଁ ତାଙ୍କୁ ରଘୁନାଥପୁର ଅଫିସକୁ ଡାକିଥିଲେ । ଆଉ ବ୍ୟବସାୟୀ ଜଣକ ରଘୁନାଥପୁର ଅଫିସରେ ପହଞ୍ଚିବା ପରେ ତାଙ୍କ ମୋବାଇଲ ଛଡାଇ ନେଇଥିଲେ ଅଭିଯୁକ୍ତ । ପରେ ୨ ଦିନ ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଏପରିକି ମୁଣ୍ଡ ଜାମିନ ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ପରିବାର ଲୋକ ୫୦ ହଜାର ଟଙ୍କା ଦେବାରେ ସକ୍ଷମ ହୋଇଥିଲେ । ଏହାପରେ ବ୍ରବସାୟୀଙ୍କୁ ଛାଡିଥିଲେ ଅଭିଯୁକ୍ତ । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଖବର ଜଣାପଡିବା ପରେ ପୋଲିସ ଛାନବିନ୍ ଆରମ୍ଭ କରିଛି । ଓ୍ବେବ ଚ୍ୟାନେଲରେ ପହଞ୍ଚି ତଲାସି କରିଛି ପୋଲିସ । ରେଡ୍ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ଖୁବଶୀଘ୍ର ଅନ୍ୟ ଅଭିଯକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ ।