କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲା: ସାମ୍ବାଦିକଙ୍କୁ ଚାଲିଛି ପଚରା ଉଚରା

କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲା: ସାମ୍ବାଦିକଙ୍କୁ ଚାଲିଛି ପଚରା ଉଚରା

କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲାରୁ ଧୀରେ ଧୀରେ ଉଠିବାରେ ଲାଗିଛି ପରଦା । ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ସଂପୃକ୍ତ ୱେବ ପୋର୍ଟାଲର ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପଚରା ଉଚରା କରୁଛି ପୋଲିସ । ଜଣାପଡିଛି ଯେ, ଘଟଣା ଦିନ ଅପହରଣ ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଶରତ । ଏହାସହ ଶରତଙ୍କୁ ରାଜସାକ୍ଷୀ ଭାବେ ଚାନ୍ଦବାଲି ଥାନା ପୋଲିସ ଗ୍ରହଣ କରିଥିବା ଜଣା ପଡିଛି। ସୂଚନା ଥାଉକି, ଫଟୋଗ୍ରାଫରଙ୍କ ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ହାତ ଥିବା କୁହାଯାଉଛି । ପୋଲିସ ଘଟଣାରେ ସଂପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ କାର୍ଯ୍ୟରେ ଲଗାଇଥିଲେ । କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମ ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ । ଏହାପରେ ମାନସ ସେଠାରୁ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ମାନସଙ୍କୁ ଖୋଜାଖୋଜି କରିଥିଲେ ପୋର୍ଟାଲ ମାଲିକାଣୀ । ପରେ ଜଣାପଡ଼ିଥିଲା ମାନସ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ଆଣି ଭୁବନେଶ୍ବର ସ୍ଥିତ ଏକ ବୃଦ୍ଧାଶ୍ରମକୁ ଆଣିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ୱେବ ପୋର୍ଟାଲ ମାଲିକାଣୀ ଓ ତାଙ୍କର ଆଉ ଜଣେ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।