ମାନସ ସ୍ୱାଇଁ ହତ୍ୟା ମାମଲା:ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ହୋଇଥିଲା ଯୋଜନା

ମାନସ ସ୍ୱାଇଁ ହତ୍ୟା ମାମଲା:ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ହୋଇଥିଲା ଯୋଜନା

ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛୁ। ମାନସଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଯୋଜନା କରିଥିଲେ ଅଭିଯୁକ୍ତ । ରଞ୍ଜନ, ବିବେକ ଓ ଭାଗିରଥିଙ୍କ ମାଡ଼ରେ ମାନସଙ୍କ ମୃତ୍ୟୁ ହୋଇଥିଲା। ଏପଟେ ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ।

ଗତକାଲି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରଥିବାବେଳେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ ରହିଛି। ତେଣୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏବେ ସୁଦ୍ଧା ମେମୋରୀ ଚିପ୍‌ ରହସ୍ୟ ବି ଖୋଲିନି । କୁଆଡ଼େ ଗଲା ସେହି ମେମୋରୀ ଚିପ୍‌ ? ଦୋଷ ମାନିଥିଲେ ବି ଶର୍ମିଷ୍ଠା, ନିରଞ୍ଜନ କି ଅନ୍ୟ ଅଭିଯୁକ୍ତ କେହି ହତ୍ୟାର କାରଣ କହୁ ନାହାନ୍ତି ।ଅନ୍ୟ ପକ୍ଷରେ ଶର୍ମିଷ୍ଠାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲାବୋରେଟାରୀକୁ ପଠାଯିବ। ସେହିଭଳି ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଥିବା ନିରଞ୍ଜନଙ୍କ ଡାଏରୀକୁ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ।