ବଦଳିଲା ସରକାରୀ ଠିକା କର୍ମଚାରୀ ସର୍ଭିସ ରୁଲ

ବଦଳିଲା ସରକାରୀ ଠିକା କର୍ମଚାରୀ ସର୍ଭିସ ରୁଲ

କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବଦଳିଲା ଠିକା କର୍ମଚାରୀ ସର୍ଭିସ ରୁଲ । ଏଥର ଠିକା ନିଯୁକ୍ତି ବଦଳରେ ହେଲା ପ୍ରାରମ୍ଭିକ ନିଯୁକ୍ତି ।

ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ । କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ନୁହେଁ, ପ୍ରାରମ୍ଭିକ ନିଯୁକ୍ତି । ଏହି ନିୟମ ଅନୁସାରେ ଏଣିକି ପ୍ରଥମ ବର୍ଷରୁ ଯେତିକି ଦରମା ମିଳୁଥିଲା ତାହାର ୫୦ ପ୍ରତିଶତ ଅଧିକ ଦରମା ମିଳିବ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କୁ ପ୍ରତି ବର୍ଷ ଅଧିକ ୨୫୦ କୋଟି ବ୍ୟୟ କରିବେ । ସେମାନେ ମେଡ଼ିକାଲ ଟ୍ରିଟମେଣ୍ଟର ସୁବିଧା ପାଇପାରିବେ । ଚାକିରୀର ପ୍ରଥମବର୍ଷରୁ ସରକାରଙ୍କୁ ନୂଆ ନିୟମ ଲାଗୁ କରାଯିବ ।

ସୂଚନାଥାଉକି ସରକାର ରାଜ୍ୟର ବିଭିନ୍ନ ବିଭାଗରେ ଠିକା ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି । ଏହି ଠିକା ପ୍ରଥା ଦ୍ବାରା ଦୀର୍ଘ ଦିନ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ବର୍ତମାନ ସରକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିଛନ୍ତି। ଯାହା ଫଳରେ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ପାଇଥିବା ଠିକା କର୍ମଚାରୀ ମାନେ ଏହା ଦ୍ବାର ଉପକୃତ ହୋଇପାରିବେ ।