କଂଗ୍ରେସର ଓଡ଼ିଶା ପ୍ରଭାରୀ ଡଃ.ଚେଲ୍ଲାକୁମାରଙ୍କ ବାଙ୍କୀ ଗସ୍ତ, ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ

ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଡଃ.ଚେଲ୍ଲାକୁମାର  ବାଙ୍କୀ ଗସ୍ତରେ ଆସି ଖଜୁରୀପଦା ଠାରେ ସାମ୍ବାଦିକ ଆଦିତ୍ୟ ନରସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରଥମେ ବାଙ୍କୀ କଚେରୀ ପଡ଼ିଆ ଠାରେ ପଂହଁଚିଥିଲେ ଚେଲ୍ଲାକୁମାର ।ପରେ ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ବାଙ୍କୀ ବ୍ଲକ ଖଜୁରୀପଦା ପର୍ଯ୍ୟନ୍ତ ଯାଇଥିଲେ । 

ଗତ ୨୦୨୦ ଫେବୃୟାରୀ ୧୫ ତାରିଖରେ ବାଙ୍କୀ ଜୋକଲାଞ୍ଜି କାଜୁ ଜଙ୍ଗଲ ଠାରେ ଡବଲ ମର୍ଡର ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ଆଦିତ୍ୟ ରଣସିଂହ ଓ କଂଗ୍ରେସ ଦଳ ସମର୍ଥିତ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଆଦିତ୍ୟ ରଣସିଂହ ଓ ସରପଞ୍ଚଙ୍କ ବାସଭବନକୁ ଯାଇ ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ବାଙ୍କୀର ପୂର୍ବତନ ବିଧାୟକ ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜ ଓ ବୈଦ୍ୟେଶ୍ୱରଠାରେ ନିଳମଣୀ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ଚେଲାକୁମାର ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଚେଲାକୁମାରଙ୍କ ସହିତ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ସଂପାଦକ ରୁଦ୍ରରାଜୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସହ ବାଙ୍କୀର ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।