ପଞ୍ଚାୟତ ନିର୍ବାଚନରେ ବିଜେଡିର ସର୍ବକାଳୀନ ରେକର୍ଡ, ଗୋଟିଏ ଜିଲ୍ଲାରେ ବି ବିରୋଧୀ ଗଢି ପାରିଲେନି ଜିଲ୍ଲା ପରିଷଦ

ପଞ୍ଚାୟତ ନିର୍ବାଚନରେ ବିଜେଡିର ସର୍ବକାଳୀନ ରେକର୍ଡ, ଗୋଟିଏ ଜିଲ୍ଲାରେ ବି ବିରୋଧୀ ଗଢି ପାରିଲେନି ଜିଲ୍ଲା ପରିଷଦ
ପଞ୍ଚାୟତ ନିର୍ବାଚନରେ ବିଜେଡିର ସର୍ବକାଳୀନ ରେକର୍ଡ, ଗୋଟିଏ ଜିଲ୍ଲାରେ ବି ବିରୋଧୀ ଗଢି ପାରିଲେନି ଜିଲ୍ଲା ପରିଷଦ

ଭୁବନେଶ୍ଵର ୦୧।୦୩: ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜ ରେକର୍ଡ ନିଜେ ଭାଙ୍ଗି କରିଛି ସର୍ବକାଳୀନ ରେକର୍ଡ। ୮୫୧ ଜିଲ୍ଲାପରିଷଦ ସିଟରୁ ଏକାକୀ ୭୬୫ ଟି ସିଟ ଅକ୍ତିଆର କରିନେଇଛି। ଯେଉଁ ରେକର୍ଡକୁ ଭାଙ୍ଗିବା ଅନ୍ୟ ଦଳ ପାଇଁ ହେବ କଷ୍ଟ ସାଧ୍ୟ। ସୁବ ଜିଲ୍ଲାକୁ କବଜା କରି ନେଇଛି ବିଜେଡି। ଗୋଟିଏ ଜିଲ୍ଲାରେ ବି ବିରୋଧୀ ଜିଲ୍ଲା ପରିଷଦ ଗଠନ କରିବାକୁ ସମର୍ଥ ହୋଇନାହାନ୍ତି। ଆଜି ଆସିଥିବା ପଞ୍ଚାୟତ ଭୋଟ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି।  ଏପଟେ ଚଳିତ ନିର୍ବାଚନରେ ଭୋଟ ହାରକୁ ଦେଖିଲେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଅପେକ୍ଷା  ଚଳିତ ବର୍ଷ  ବିଜେଡିର ଭୋଟ ହାର ବଢ଼ିଥିବା ବେଳେ  ବିଜେପି ଓ କଂଗ୍ରେସ ଭୋଟ ହାର  କମିଛି।

ପଞ୍ଚାୟତ ନିର୍ବାଚନରେ ବିଜେଡିର ସର୍ବକାଳୀନ ରେକର୍ଡ। ୨୦୧୨ର ନିଜ ରେକର୍ଡକୁ ନିଜେ ଭାଙ୍ଗିଲା ବିଜେଡି। ପୁରା ପୋଛି ନେଲା , ବିରୋଧୀଙ୍କୁ ଧରାଶାୟୀ କରିଦେଲା।   ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୧ ସିଟରୁ ବିଜେଡି ଏକାକୀ ୭୬୫ ସିଟ ଜିତିଛି। ବିଜେପି ୪୨  ଏବଂ କଂଗ୍ରେସକୁ   ୩୭ ଟି  ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।।  ୩୦ରୁ ୩୦ ଜିଲ୍ଲାରେ  ଜିଲ୍ଲାପରିଷ ଗଠନ କରିବ ବିଜେଡି। ୪ଟି ଜିଲ୍ଲାରେ ବିଜେଡି ସବୁ ସିଟ ଅକ୍ତିଆର କରିନେଇଛି ଯେଉଁଠାରେ ବିରୋଧୀଙ୍କୁ ଖାତାଖୋଲିବାକୁ ମଉକା ଦେଇନି।

୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୫୪ ସିଟ ଅକ୍ତିଆର କରିଥିବାବେଳେ  ୨୦୧୭ରେ ୪୭୩ ସିଟ ଅକ୍ତିଆର କରିଥିଲା। ବିଜେପି ୨୦୧୨ରେ ୩୬ ସିଟ ଅକ୍ତଆର କରିଥିବେବେଳେ ୨୦୧୭ରେ ୨୯୭ ସିଟ ପାଇଥିଲା।  ୨୦୧୨ରେ କଂଗ୍ରେସ ୧୨୮ ଟି ଆସନ ପାଇଥିବାବେଳେ ୨୦୧୭ରେ ୬୦ ଟି ଆସନରେ କଂଗ୍ରେସ ଜିତିଥିଲା।  ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁରା ପୋଛି ନେଇଛି।   ଫେଲ ମାରିଛି ବିରୋଧୀଙ୍କ ରଣନୀତି।

ଚଳିତ ପଞ୍ଚାୟତ ନିର୍ବାଚନରେ  ବାଲଟ ବାକ୍ସରୁ ୨କୋଟି ୧୦ଲକ୍ଷ ୨୮ହଜାର୪୦୩  ବୈଧ ଭୋଟ  ବାହାରିଥିଲା। ସେଥିରୁ ବିଜେଡି ଖାତାକୁ ଯାଇଥିଲା ୧କୋଟି ୧୦ ଲକ୍ଷ ୮୯ହଜାର ୭୧୨ ଖଣ୍ଡ ଭୋଟ ବା ୫୩ ପ୍ରତିଶତ। ବିଜେପି ୬୩ ଲକ୍ଷ ୨୩ ହଜାର୭୪୬ ଖଣ୍ଡ ଭୋଟ ବା ୩୦ ପ୍ରତିଶତ  ଏବଂ କଂଗ୍ରେସ  ୨୮ଲକ୍ଷ ୫୪ହଜାର ୩୯୮ ଖଣ୍ଡ ବା ୧୪ ପ୍ରତିଶତ ଭୋଟ ପାଇଛି। ୩୦ ପ୍ରତିଶତ ଭୋଟ ପାଇଥିଲେ ବି ବିଜେପି ସେହି ତୁଳନାରେ ଆସନ ହାତେଇ ପାରିନି। ଯେତେବେଳେକି ୧୪ ପ୍ରତିଶତ ଭୋଟ ପାଇବି କଂଗ୍ରେସ ୩୭ ସିଟ ହାତେଇଛି।

 

ଏପଟେ ୨୦୧୭ ରେ ବିଜେଡି ୪୨.୧୫ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୩୪.୧୨ ପ୍ରତିଶତ ଏବଂ କଂଗ୍ରେସ ୧୮.୬୪ ପ୍ରତିଶତ ଭୋଟ ମିଳିଥିଲା।  ୨୦୧୭ ଭୋଟ ହାର କୁ ଦାଖିଲେ ୨୦୨୨ରେ  ବିଜେଡିର ଭୋଟ ହାର ୧୦ ପ୍ରତିଶତ ବଢ଼ିଥିବାବେଳେ ବିଜେପି  ଏବଂ କଂଗ୍ରେସ ୪ପ୍ରତିଶତ ଲେଖାଏଁ ଭୋଟ ହରାଇଛନ୍ତି।  ତେଣୁ ଭୋଟ ହାର କମିବା ଦୁଇ ଦଳ ପାଇଁ  ଏବେ ସର୍ତକ ଘଣ୍ଟି  । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ।  ପଞ୍ଚାୟତ ନିର୍ବାଚନର ଫଳାଫଳ ପୌର ନିର୍ବାଚନ ଉପରେ ପଡିବ କି। ତାକୁ ନେଇ ଏବେ ଚର୍ଚ୍ଚା  ଲାଗି ରହିଛି।