ତେଲାଙ୍ଗାନା ବନ୍ୟା; ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ନବୀନ

ତେଲାଙ୍ଗାନା ବନ୍ୟା; ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ନବୀନ

ବନ୍ୟା ପ୍ରଭାବିତ ତେଲାଙ୍ଗାନା ଓ ହାଇଦ୍ରାବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା । ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରିଲିଫ ପାଇଁ ଓଡ଼ିଶାବାସୀଙ୍କ ତରଫରୁ ସହାୟତା ଘୋଷଣା କରାଯାଇଥିବା ସୂଚନା  । 

ସୂଚନା ଥାଉକି ଗତ ୧୩  ତାରିଖ ଦିନ ତେଲାଙ୍ଗାନାରେ ହୋଇଥିବା ବର୍ଷା ବିତ୍ପାତ ଯୋଗୁଁ ମୋଟ ୭୦  ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟରେ ୫  ହଜାର କୋଟିରୁ ଅଧିକ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି ।

ସେପଟେ ପୁଣି ତେଲାଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା । ବଜ୍ରପାତ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣପାଗ ବିଭାଗ । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରବଳ ବର୍ଷା ଓ କୃତ୍ରିମ ବନ୍ୟା ଯୋଗୁଁ ସହରର ସ୍ବରେଜ(ଟ୍ୟାଙ୍କ) ଏବଂ ହ୍ରଦ ଯେପରି ନ ଭାଙ୍ଗେ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେବାକୁ ସେ କହିଛନ୍ତି ।