ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ, ଆହତଙ୍କ ମାଗଣା ଚିକିତ୍ସା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ, ଆହତଙ୍କ ମାଗଣା ଚିକିତ୍ସା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବୁଧବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରିକି ୨ ଗୁରୁତର ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

CM @Naveen_Odisha has announced free medical treatment of people injured in the fire accident at Petrol Pump near Raj Bhawan, Bhubaneswar and wished their speedy recovery. The fire has been extinguished and situation is under control now.

— CMO Odisha (@CMO_Odisha) October 7, 2020

ଏଭଳି ସମୟରେ ଆହତଙ୍କ ମାଗଣା ଚିକିତ୍ସା ଘୋଷଣା ସହ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଛଡ଼ା ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।