ଚାଷୀଙ୍କ ଉନ୍ନତି ପାଇଁ ୪ଟି ଅନଲାଇନ ସେବାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଉନ୍ନତି ପାଇଁ ୪ଟି ଅନଲାଇନ ସେବାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ ୪ଟି ଅନଲାଇନ ସେବାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନଲାଇନ ସେବା ଜରିଆରେ ପଞ୍ଜୀକରଣ, ରାସନ କାର୍ଡ ଆବେଦନ ଓ ସଂଶୋଧନ, ଦୋକାନ ଲାଇସେନ୍ସ ପ୍ରଦାନ ଏବଂ ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ପଦକ୍ଷେପ ଦକ୍ଷତା ଏବଂ ସ୍ୱଚ୍ଛତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ମେକିଙ୍ଗ ଅଫ ଏ ଫୁଡ ସିକ୍ୱର ଓଡିଶା ନାମକ ପୁସ୍ତକର ଲଞ୍ଚ କରିଥିଲେ ମୁଖ୍ୟମନ୍ତ୍ରୀ । ବିଗତ ୨୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷାରେ ଓଡିଶାରେ ହୋଇଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଏହି ବହିର ଉନ୍ମୋଚନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 'ଜଣେ ବି ଗରିବ ଲୋକଙ୍କୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ" । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ।