୩ଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୩ଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କ୍ରୀଡା ଭିତ୍ତିଭୂମି ଉନ୍ନତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ରାଜ୍ୟରେ ଆଉ 3ଟି କ୍ରୀଡା ପ୍ରକଳ୍ପକୁ କ୍ରୀଡାବିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂର ଜରିଆରେ ବହୁମୁଖୀ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ, ଛତ୍ରପୁର ଇନଡୋର ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରେ ସୁଟିଂର ହାଇ ପରଫରମାନ୍ସ ସେଣ୍ଟରର ଉଦଘାଟନ କରିଛନ୍ତି ।

ହିଞ୍ଜିଳକାଟୁ ୧.୫  ଏକରରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମରେ ସମସ୍ତ ଅନ୍ତର୍ଜାତୀୟ ସ୍ତରୀୟ ସୁବିଧା ରହିଛି । ୩୦୦  ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ ରହିଛି ।

୪ ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ବାସ୍କେଟବଲ ଓ ଗୋଟିଏ ଭଲିବଲ କୋର୍ଟ ରହିଛି । ଫିଟନେସ ରୁମ, ଲକର ରୁମ, ଓ କୋଚି ଷ୍ଟାଫଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛିଛତ୍ରପୁର ଇନଡୋର ଷ୍ଟାଡିୟମରେ ମଧ୍ୟ ଅନ୍ତର୍ଜାତୀୟ ମାନର ଟେବୁଲଟେନିସ କୋର୍ଟ ଓ ଅନ୍ୟ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି ।

ସେହିପରି କଳିଙ୍ଗ ଷ୍ଟାଡିୟମରେ ସୁଟିଂ ହାଇ ପରଫରମାନ୍ସ ସେଣ୍ଟରରେ ୨୨ ଲେନ ବିଶିଷ୍ଟ ସୁଟିଂ ରେଞ୍ଜ ସୁବିଧା ରହିଛି । ୧୦ ମିଟର ଓ ୨୫ ମିଟର ରେଞ୍ଜର ସୁଟିଂ ସୁବିଧା ରହିଛି । ୧୦ ଟୁ ୬୦ ଜଣ ଆଥଲେଟ ଦୈନିକ ଅଭ୍ୟାସ କରିବାର ସୁବିଧା ମଧ୍ୟ ରହିଛି ।

ହିଞ୍ଜିଳିକାଟୁ ପ୍ରକଳ୍ପର ମୂଲ୍ୟ ୧୧ କୋଟି ଓ ଛତ୍ରପୁର ପ୍ରକଳ୍ପର ମୂଲ୍ୟ ୨.୬୧ କୋଟି ରହିଛି । କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରଣାଳୟ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉଚିତ ସମନ୍ୱୟ ସହ ରାଜ୍ୟର ଅଗଣିତ କ୍ରୀଡାପ୍ରତିଭାଙ୍କ ପାଇଁ ଏହି ଭିତ୍ତିଭୂମି ଫାଇଦାମାନ ସାବ୍ୟସ୍ତ ହେବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । ଗଗନ ନାରଙ୍ଗ ଓ ଆଦିତ୍ୟ ବିର୍ଲା ଗ୍ରୁପ ଓହି ପ୍ରକଳ୍ପ ପାଇଁ ସହାୟତାର ହାତ ବଢାଇବା ସହ ଅଂଶ ପାଲଟିଛନ୍ତି । ନଭେମ୍ବର ୨୦୧୮ରେ ଏହି ପ୍ରକଳ୍ପ ପାଇଁ ଏମଓୟୁ ହୋଇଥିଲା ।