Friday, April 26, 2024
27.9 C
Odisha

    ପୁଣି ରାଜ୍ୟରେ ଶୀତ ଲହରୀ

    ଆଗକୁ ପଢନ୍ତୁ

    କିଛି ଦିନର ବ୍ୟବଧାନ ପରେ ଶୀତ ଫେରିଲା । ପୁଣି ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି । ସୁନ୍ଦରଗଡ କୋରେଇରେ ସର୍ବନିମ୍ନ ୬ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସି ଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତନ ହେବା ଆଶଙ୍କା ନାହିଁ ।ତେବେ ୩ ଦିନ ପରେ ତାପମାତ୍ରାରେ କିଛି ପରିବର୍ତନ ହୋଇପାରେ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତାକାଲି ଓ ସୋମବାର ଦିନ ବିଭିନ୍ନ ସ୍ଥାନରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୧ ତାରିଖରେ ୧୩ଟି ଜିଲ୍ଲା ଓ ୧୨ ତାରିଖରେ ୯ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ୧୧ ତାରିଖରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ସେହିଭଳି ୧୨ରେ ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ କେନ୍ଦ୍ରାପଡାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    44 %
    1.4kmh
    1 %
    Fri
    42 °
    Sat
    42 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ