ପୁଣି ବଢିଲା ଗ୍ୟାସ୍ ଦର, ପ୍ରଭାବିତ ହେବେ ବ୍ୟବସାୟୀ

ପୁଣି ବଢିଲା ଗ୍ୟାସ୍ ଦର, ପ୍ରଭାବିତ ହେବେ ବ୍ୟବସାୟୀ

ମାସ ଆରମ୍ଭରୁ ବୃଦ୍ଧି ପାଇଛି LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଭାରତୀୟ ତୈଳ ନିଗମ ୧୯ କେଜି ଗ୍ୟାସ ସିଲିଣ୍ଡରର ଦାମରେ ଆଉ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।ତୈଳ କମ୍ପାନୀଗୁଡିକ ଦର ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୦୦ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୨୦୨୧ ଟଙ୍କାରେ ପହଂଚିଛି ।ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୯୯ ଟଙ୍କା ୫୦ ପଇସା ରହିଛି । ଏହାର ମୂଲ୍ୟ କୋଲକାତାରେ ୯୨୬ ଟଙ୍କା ଏବଂ ଚେନ୍ନାଇରେ ୯୧୫ ଟଙ୍କା ୫୦ ପଇସାରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ସମୀକ୍ଷା ପରେ LPG ଗ୍ୟାସର ମୂଲ୍ୟ ସଂଶୋଧନ କରନ୍ତି । ଗତ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇଥିଲା। ତେବେ ଏହି ଗ୍ୟାସ୍ ଦର ବୃଦ୍ଧି ଖାଦ୍ୟ ପ୍ରସ୍ତୁତି ସଂସ୍ଥା ସମେତ ଅନ୍ୟାନ୍ୟ ଜିନିଷର ଦର ବୃଦ୍ଧିର କାରଣ ହୋଇପାରେ।