ଆସୁଛି କୋଭିଡ ଭାକ୍ସିନ, ୨୯ ସୁଦ୍ଧା ରାଜ୍ୟକୁ ଡାଟାବେସ ମାଗିଲା କେନ୍ଦ୍ର

ଆସୁଛି କୋଭିଡ ଭାକ୍ସିନ, ୨୯ ସୁଦ୍ଧା ରାଜ୍ୟକୁ ଡାଟାବେସ ମାଗିଲା କେନ୍ଦ୍ର

କରୋନା ଭ୍ୟାକସିନ ନେଇ ବଡ ଖବର । ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ ଭ୍ୟାକସିନ । ଏନେଇ ସବୁ ରାଜ୍ୟକୁ ଡାଟାବେସ ମାଗିଛି କେନ୍ଦ୍ର। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଆସନ୍ତା ୨୯ ଅକ୍ଟୋବର ସୁଦ୍ଧା ଡାଟାବେସ ପ୍ରସ୍ତୁତ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତ ହେବ ଡାଟାବେସ ତାଲିକା । ଏହି କ୍ରମରେ ସ୍ୱାସ୍ଥ୍ୟ  ଓ ମହିଳା ବିକାଶ ବିଭାଗକୁ କର୍ମଚାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି। ବିଶେଷକରି କେତେ ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ତାଙ୍କର ତାଲିକା ମଗାଯାଇଛି।