ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ପ୍ରସ୍ତୁତ ହେବ କରୋନା ଟିକା: ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ପ୍ରସ୍ତୁତ ହେବ କରୋନା ଟିକା: ପ୍ରଧାନମନ୍ତ୍ରୀ ମୋଦି

ଦୀର୍ଘଦିନର ପ୍ରତୀକ୍ଷାରେ ବିରାମ ଘଟିବ । ମାତ୍ର କିଛି ସପ୍ତାହର ବ୍ୟବଧାନରେ ଭାରତରେ ପ୍ରସ୍ତୁତ ହୋଇଯିବା କରୋନା ଟିକା । ଦୃଢ଼ ଆତ୍ମବିଶ୍ୱାସର ସହିତ ଏଭଳି ସୁଖଦ ସୂଚନା ଦେଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଏକ ସର୍ବଦଳୀୟ ବୈଠକରେ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଏଭଳି ଖବର ଦେଇ ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ବୈଜ୍ଞାନିକମାନଙ୍କର ସକରାତ୍ମକ ପ୍ରତିକ୍ରିୟା ମିଳିବା ମାତ୍ରକେ ଦେଶରେ ଟିକାକରଣ ନେଇ ସମସ୍ତ ପ୍ରସ୍ତୁତିପର୍ବ ଯଥେଷ୍ଟ ଶୀଘ୍ର ଆରମ୍ଭ କରାଯିବ । ମାତ୍ର କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବା ସେନେଇ ବିଚାର ବିମର୍ଷ ଚାଲିଛି, ବିଶେଷକରି ରାଜ୍ୟମାନଙ୍କ ଠାରୁ ଏ ବାବଦରେ ମଗାଯାଇଥିବା ପ୍ରସ୍ତାବ ଉପରେ ତର୍ଜମା କରାଯାଉଛି ବୋଲି କହିଛନ୍ତି ମୋଦି । ପ୍ରାପ୍ତ ସୂଚନା ଅନୁସାରେ, ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା, ଗମ୍ଭୀର ରୋଗରେ ଆକ୍ରାନ୍ତ ଓ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ କରୋନା ଟିକା ଦିଆଯାଇପାରେ ବୋଲି ଜାଣିବାକୁ ମିଳିଛି ।