Friday, April 19, 2024
35.1 C
Odisha

    ରାତିରେ ପ୍ରେମିକ ସହ ଯାଇଥିଲେ ଓୟୋ; ସକାଳୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ପୁରୀ: ଓୟୋ ହୋଟେଲ ରୁମରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ମାମଲାରେ ପ୍ରେମିକକୁ ଅଟକ ରଖିଛି ପୋଲିସ । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ । ମୃତ ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ । ସେ ଜଣେ ଅଙ୍ଗନବାଡ଼ି କର୍ମୀ ବୋଲି ସ୍ପଷ୍ଟ ହୋଇଛି । ଗତକାଲି ସେ ତାଙ୍କ ପ୍ରେମିକ ସଙ୍କେତ ସେନାପତିଙ୍କ ସହ ଭୁବନେଶ୍ୱରରୁ ଆସି ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ରହିଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ସେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ । ସେ ଏକ ଟାୟାର କମ୍ପାନୀରେ ସେଲସ୍ ମ୍ୟାନେଜର ଭାବେ ଭୁବନେଶ୍ୱରରେ କାମ କରୁଥିଲେ । ସୋସିଆଲ ମିଡିଆରୁ ସଙ୍କେତଙ୍କ ସହ ଯୁବତୀଙ୍କ ପ୍ରେମ ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ସେଲିବ୍ରେସନ୍ ପାଇଁ ଭୁବନେଶ୍ୱର ଯାଉଥିବା ଯୁବତୀ ତାଙ୍କ ମାଆଙ୍କୁ କହିଥିଲେ । ରାତି ସାଢ଼େ ୧୦ଟାରେ ସଙ୍କେତ କଲ୍ କରି ତାଙ୍କ ମାଆଙ୍କୁ ଯୁବତୀଙ୍କ ଦେହ ଭଲ ନଥିବା କହିଥିଲେ । ସେମାନେ ବ୍ରହ୍ମପୁର ଏମକେସିଜିକୁ ଆସିବା ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ତେବେ ଝିଅକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    15 %
    1.5kmh
    1 %
    Fri
    37 °
    Sat
    43 °
    Sun
    43 °
    Mon
    42 °
    Tue
    42 °

    ସମ୍ବନ୍ଧିତ