କାନ୍ସ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଦୀପିକା ପାଦୁକୋନ

କାନ୍ସ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ୭୫ତମ କାନ୍ସ ଫେଷ୍ଟିଭାଲ୍‌ରେ ଜୁରୀ ହେବାର ସୁଯୋଗ ମିଳିଛି । ନିକଟରେ ଏନେଇ ତାଲିକା ପ୍ରକାଶ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସାମିଲ ହୋଇଥିବାର ଜଣା ପଡ଼ିଛି ।

ଏହି ଫେଷ୍ଟିଭାଲ୍‌ ୧୭ ରୁ ୨୮ ମଇ ପର୍ଯ୍ୟନ୍ତ ଚାଲିବ । ଚଳତି ବର୍ଷ ଦୀପିକାଙ୍କ ବ୍ୟତୀତ ବ୍ରିଟିଶ୍‌ ଷ୍ଟାର ରେବେକା ହଁଲ୍‌ , ନର୍ବର ଫିଲ୍ମ ମେକର୍ସ ଜୋୟାଶିମ୍‌ ଟ୍ରାୟର, ଆମେରିକନ୍ ନିର୍ଦ୍ଦେଶକ ଜେଫ୍‌ ନିକୋଲସ୍‌ , ସ୍ବିଡେନ୍‌ ଷ୍ଟାର ନୋମି ରାପେସ୍‌, ଇରାନ୍‌ର ଫିଲ୍ମ ନିର୍ଦ୍ଦେଶକ ଅସଗର ଫରହାଡି, ଇଟାଲି ଅଭିନେତ୍ରୀ ଜସ୍ମିନ୍‌ ଟ୍ରିଂକା, ଫ୍ରାନ୍ସର ନିର୍ଦ୍ଦେଶକ ଲାଡୋ ଲି ମଧ୍ୟ ସାମିଲ ଅଛନ୍ତି । କହିବାକୁ ଗଲେ ପୂର୍ବରୁ ଦୀପିକା ଅନେକ ସମାରୋହର ରେଡ କାର୍ପେଟ୍‌ରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଜୁରୀ ଭାବରେ ନଜର ଆସିବେ । ଏନେଇ ଦୀପିକା ନିଜେ ଇନଷ୍ଟା ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଜୁରୀରେ ସାମିଲ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।