ଦିଲ୍ଲୀ ଫେରିଲେ ୮୭ ଭାରତୀୟ, ବିମାନରେ ଗୁଞ୍ଜରିତ ହେଲା “ଭାରତ ମାତାକି ଜୟ”

ଦିଲ୍ଲୀ ଫେରିଲେ ୮୭ ଭାରତୀୟ, ବିମାନରେ ଗୁଞ୍ଜରିତ ହେଲା “ଭାରତ ମାତାକି ଜୟ”
ଦିଲ୍ଲୀ ଫେରିଲେ ୮୭ ଭାରତୀୟ, ବିମାନରେ ଗୁଞ୍ଜରିତ ହେଲା “ଭାରତ ମାତାକି ଜୟ”

ନୂଆଦିଲ୍ଲୀ ୨୨/୦୮ : କାବୁଲରୁ ଜାରି ରହିଛି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଫେରିଛନ୍ତି ୮୭ ଭାରତୀୟ । କାବୁଲରୁ ଭାୟା ତାଜିକସ୍ତାନ ଦେଇ ଦିଲ୍ଲୀ ଫେରିଲେ ୮୭ ଭାରତୀୟ । ଭାରତୀୟ ବିମାନରେ ୨ ଜଣ ନେପାଳି ନାଗରିକ ଫେରିଥିବା ସୂଚନା । ସେହିପରି ଦୋହା ଦେଇ କାବୁଲରୁ ଫେରୁଛନ୍ତି ଆଉ ୧୩୫ ଭାରତୀୟ । ତେବେ ଭାରତ ଫେରିବା ସମୟରେ ବିମାନରେ ଗୁଞ୍ଜରିତ ହୋଇଥିଲା ଭାରତ ମାତା କି ଜୟର ଗୁଣଗାନ ।

 

କାବୁଲ ବିମାନ ବନ୍ଦରରୁ ଉଠାଇ ନେଇଥିବା ୧୫୦ ଜଣଙ୍କୁ ଛାଡ଼ି ଦେଇଛନ୍ତି ତାଲିବାନ ଆତଙ୍କୀ । ସେମାନଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଜଣା ପଡିଥିଲା । କାବୁଲ ସ୍ଥିତ ହମିଦ କାରଜାଇ ବିମାନ ବନ୍ଦରରୁ ଅପହରଣ କରିନେଇଥିଲେ ତାଲିବାନ । ପାସ୍ ପୋର୍ଟ ଏବଂ ଭିସା ଯାଞ୍ଚ ପାଇଁ ଅଜଣା ସ୍ଥାନକୁ ସେମାନଙ୍କୁ ନେଇଯାଇଥିଲେ । କାବୁଲ ବିମାନ ବନ୍ଦର ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ କିଛି ତାଲିବାନୀ କମାଣ୍ଡୋ ପହଞ୍ଚି ଏମାନଙ୍କୁ ଅପହରଣ କରି ନେଇଥିଲେ ।

କିଛି ସମୟ ପାଇଁ ଏହି ଖବର ହୃଦକମ୍ପ ବଢାଇ ଦେଇଥିଲା। ତେବେ ଭାରତୀୟ ମାନେ ସୁରକ୍ଷିତ ଥିବା ଆଫଗାନ ମିଡିଆ ସୁତ୍ରରୁ ଜଣାପଡ଼ିଛି । ଆଫଗାନିସ୍ତାନରେ ଫଶିଥିବା ନାଗରିକମାନଙ୍କୁ ଫେରାଇ ଆଣିବାକୁ ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛନ୍ତି । ଚାଲିଛି ଅପରେସନ୍ ଏୟାରଲିଫ୍ଟ । ଆଜି ଭାରତୀୟ ବାୟୁସେନାର ଏକ ବିମାନ କାବୁଲ ବିମାନବନ୍ଦରରୁ ୮୭ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରିଛି ।

ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରାଯ।ଇଛି, କିନ୍ତୁ ଏବେବି ଅନେକ ଭାରତୀୟ ଆଫଗାନିସ୍ତାନରେ ବି ଫଶି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ଆମେରିକୀୟ ଦୂତାବାସ ସହିତ ମିଶି କାମ କରୁଛି । ଏଥିପାଇଁ ସ୍ବତନ୍ତ୍ର ଆଫଗାନିସ୍ତାନ ସେଲ୍ ଗଠନ କରିଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ଗତ ୬ ଦିନ ଭିତରେ ୨୫୦ ଭାରତୀୟ ନାଗରିକ ଭାରତ ଫେରିଲେ