ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଖୋଲିବ ସ୍କୁଲ,ସ୍କୁଲରେ ହେବ କ୍ୱାରେଣ୍ଟାଇନ ସେଣ୍ଟର

ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଖୋଲିବ ସ୍କୁଲ,ସ୍କୁଲରେ ହେବ କ୍ୱାରେଣ୍ଟାଇନ ସେଣ୍ଟର

କରୋନା ସଂକ୍ରମଣ କମୁଥିବା ବେଳେ ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଯାଏ ସ୍କୁଲ, କଲେଜ, ୟୁନିଭୟସିଟି, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ଆଦି ଖୋଲିବା ସହ ପିଲା ଅଫଲାଇନ କ୍ଲାସ କରିବେ । କିନ୍ତୁ ବର୍ତ୍ତମାନ ସମୟରେ ପ୍ରଥମରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ଖୋଲା ଯିବ ନାହିଁ । ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲାମାନେ ସ୍କୁଲ ଆସିବେ । ଏନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ଡିଡିଏମ୍‌ଏ ନୂଆ ଏସ୍‌ଓପି ଜାରି କରିଛନ୍ତି । ନୂଆ ନିୟମ ଅନୁଯାୟୀ, ୫୦% କ୍ଷମତା ସମ୍ପର୍ଣ୍ଣ ପିଲାଙ୍କୁ ନେଇ ୯ମ,୧୦ମ ଓ ସମସ୍ତ କଲେଜରେ କ୍ଲାସ କରାଯିବ । ସ୍କୁଲ୍ ଏବଂ କଲେଜ ପରିସର ପରିଷ୍କାର ରହିବା ସହ କରୋନାର ସମସ୍ତ ପ୍ରଟୋକଲକକୁ ମାନିବାକୁ ହେବ ଅର୍ଥାତ ମାସ୍କ ପିନ୍ଧିବା,ହାତ ସାନିଟାଇଜ୍ କରିବା ଆଦି ବାଧ୍ୟତାମୂଳକ କରାଯାଇଛି ।  ସେହିପରି ପ୍ରତିଟି କ୍ଲାସରେ ସୋସିଆଲ ଡିଷ୍ଟାସିଙ୍ଗ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିବ। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟ ସ୍କୁଲରେ ଉଭୟ ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବ । ପିଲାମାନଙ୍କୁ ସେମାନଙ୍କର ଖାଦ୍ୟ, ବହି ଏବଂ ଅନ୍ୟାନ୍ୟ ଷ୍ଟେସନାରୀ ଜିନିଷ ପରସ୍ପର ସହ ନବାଣ୍ଟିବା ପାଇଁ ପରାମର୍ଶ ଦିଆଯାଇଛି । ଏକା ସମୟରେ ଲଞ୍ଚ ବ୍ରେକ ନକରି ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ ଲଞ୍ଚ ବ୍ରେକ କରିବା ପାଇଁ ପରାମର୍ଶ ଦିଆଯାଇଛି। ସ୍କୁଲ ଭିତରେ ପିଲାମାନେ ଯେପରି ଗୋଟିଏ ସିଟ୍‌ ଛାଡି ବସିବେ ସେହିପରି ବ୍ୟବସ୍ଥା କରିବାକୁ କୁହାଯାଇଛି। କ୍ୱାରେଣ୍ଟାଇନ ଅଞ୍ଚଳରେ ରହୁଥିବା ଶିକ୍ଷକ ତଥା ଛାତ୍ରଛାତ୍ରୀ ସ୍କୁଲ ଆସିପାରିବେ ନାହିଁ । ସ୍କୁଲ ପରିସରରେ ଗୋଟିଏ କ୍ୱାରେଣ୍ଟାଇନ୍‌ ରୁମ୍‌ ରହିବ। ସ୍କୁଲକୁ ନିୟମିତ ରୂପେ ସାନିଟାଇଜ କରାଯିବ। ଏଥିସହ ସ୍କୁଲ ଶୌଚାଳୟରେ ମଧ୍ୟ ସାବୁନ ଏବଂ ପାଣିର ବ୍ୟବସ୍ଥା ରହିବ । ସ୍କୁଲ ପରିସରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜେସନ ଏବଂ ମାସ୍କ ଆଦି ଉପଲବ୍ଧ ରହିବା। ସ୍କୁଲ ପ୍ରବେଶ ଗେଟ୍‌ରେ ବିନା ଥର୍ମାଲ ସ୍କ୍ରିନିଂରେ ସ୍କୁଲକୁ ପ୍ରବେଶ କରି ହେବ ନାହିଁ।