Saturday, April 20, 2024
29.6 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ନକରିବାକୁ ଧମେନ୍ଦ୍ରଙ୍କ ପରାମର୍ଶ

    ଆଗକୁ ପଢନ୍ତୁ

    ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କାର୍ଯ୍ୟକ୍ରମକୁ ନେଇ ନହେଉ ରାଜନୀତି । ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ । ତେଣୁ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲୁଛି । ଗାଁ ଗାଁରୁ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଛି । ଏହି ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଆଉ ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । କଟକ ପାଟରାସାହିରେ ଅଯୋଧ୍ୟା ଯିବା ପାଇଁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯିଏ ରାମ ସିଏ ବି ପ୍ରଭୁ ଜଗନ୍ନାଥ, ତେଣୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଅନୁଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    21 %
    1.5kmh
    89 %
    Sat
    43 °
    Sun
    42 °
    Mon
    42 °
    Tue
    41 °
    Wed
    41 °

    ସମ୍ବନ୍ଧିତ