ସିଲ୍‌ ହେଲା ଢେଙ୍କାନାଳ ଜିଲ୍ଲା କୋର୍ଟ

ସିଲ୍‌ ହେଲା ଢେଙ୍କାନାଳ ଜିଲ୍ଲା କୋର୍ଟ

ସିଲ୍‌ ହେଲା ଢେଙ୍କାନାଳ ଜିଲ୍ଲା କୋର୍ଟ। କୋର୍ଟ ପରିସରରୁ ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିବା ସହ ସିଲ୍‌ କଲା ପ୍ରଶାସନ । ଏହି ସମୟରେ କୋର୍ଟ ପରିସରକୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇ । ଯଦି କେହି ଏହାର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ୨୭ ତାରିଖ ସକାଳ ୭ ପର୍ଯ୍ୟନ୍ତ କୋର୍ଟ ପରିସର ସିଲ୍ କରାଯାଇଛି।

ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କୋର୍ଟର ପ୍ରାୟ ୧୦ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହାଫଳରେ ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏପିରିକି ଆଗାମୀ ୭୨ ଘଣ୍ଟା ପାଇଁ କୋର୍ଟକୁ ପୌର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଆଗାମୀ ୨୭ ତାରିଖ ସକାଳ ୭ଟା ଯାଏଁ କୋର୍ଟ ପରିସର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ରହିବ । ଏହାସହ ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।