ଜିଲ୍ଲାପାଳମାନଙ୍କୁ ମଗାଗଲା କ୍ଷୟକ୍ଷତି ରିପୋର୍ଟ

ଜିଲ୍ଲାପାଳମାନଙ୍କୁ ମଗାଗଲା କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ଜୱାଦ ଓଡ଼ିଶାରେ ଭୟଙ୍କର ରୁପ ନେଇନି ସତ କିନ୍ତୁ ଅବାପାତ କାରଣରୁ ବର୍ଷା ହୋଇ ଅନେକ କ୍ଷୟକ୍ଷତି ଘଟିଛି ବିଶେଷ କରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଭୁଲ ହେବନି। ଲଗାତାର ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ଧାନ ଫସଲ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ତେବେ ବାତ୍ୟା ଓ ବର୍ଷାରେ ହୋଇଥିବା କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ଖୁବ୍‌ଶୀଘ୍ର ଏହି ରିପୋର୍ଟ ଦେବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ତେବେ ରିଲିଫ୍ କୋଡ୍ ଅନୁଯାୟୀ ପ୍ରଭାବିତ ଓ ଚାଷୀଙ୍କୁ ଏହି ସହାୟତା ମିଳିବ ବୋଲି ଜଣାପଡିଛି ।