ଇ-ଯାନ କିଣିଲେ ମିଳିବ ରିହାତି

ଇ-ଯାନ କିଣିଲେ ମିଳିବ ରିହାତି
photo:economictimes

ରାଜ୍ୟ କ୍ୟାବିନେଟ ଇ-ଯାନ ନୀତି ୨୦୨୧ କୁ ଅନୁମୋଦନ ଦେଇଛି । କ୍ୟାବିନେଟ ଅନୁମୋଦନ ପରେ ରାଜ୍ୟରେ ୨୦୨୫ ସୁଦ୍ଧା ୨୦% ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।

କ୍ୟାବିନେଟ ଅନୁମୋଦିତ ଓଡ଼ିଶା ଇ-ଭି ନୀତି ଅନୁସାରେ, ଦୁଇ ଚକିଆ ଇ-ଯାନ କିଣିଲେ ସର୍ବାଧିକ ୫ ହଜାର ଟଙ୍କା ଯାଏଁ ରିହାତି ପାଇବେ ଗ୍ରାହକ । ତିନି ଚକିଆରେ ସର୍ବାଧିକ ୧୦ ହଜାର ଟଙ୍କା, ଚାରି ଚକିଆରେ ୫୦ ହଜାର ଟଙ୍କା ଯାଏଁ ସବସିଡି ପାଇପାରିବେ ଇ-ଯାନ କ୍ରେତା ।

ଏ ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସମର୍ଥ ହେବ । ଏଥିରେ ସବୁ ଅଂଶୀଦାରଙ୍କ ଲାଗି ପ୍ରୋତ୍ସାହନ ଦିଆଯାଇଛି । ଇ-ଯାନ ପଞ୍ଜିକରଣ ଫି ଓ ଟିକସରେ ବି ଛାଡ଼ ବ୍ୟବସ୍ଥା ରହିଛି । ଏହାଦ୍ବାରା ୨୦୨୫ ସୁଦ୍ଧା ମୋଟ ଯାନବାହନ ପଞ୍ଜିକରଣର ୨୦% ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ ଯାନ ପାଇଁ ରଖାଯାଇଥିବା ଲକ୍ଷ୍ୟ ସୁବିଧାରେ ହାସଲ ହୋଇପାରିବ ।