ଯାଜପୁରରେ ନକଲି ଜର୍ଦ୍ଦା କାରଖାନା ଠାବ

ଯାଜପୁରରେ ନକଲି ଜର୍ଦ୍ଦା କାରଖାନା ଠାବ

ନକଲି ଜର୍ଦ୍ଦା କାରଖାନାରେ ଚଢଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ । ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ଚାଲିଥିଲା ଏହି ନକଲି ଜର୍ଦ୍ଦା କାରଖାନା। ଆଜି ସୂଚନା ପାଇ ସ୍ପେସିଆଲ ସ୍କ୍ୱାର୍ଡ ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ କରିଥିଲା । ଛତିଆ ବିଦ୍ୟାଧରପୁର ଗ୍ରାମରେ ଏହି କାରଖାନା ଚାଲିଥିଲା। ଚଢଉ ବେଳେ ପ୍ରଚୁର ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏହାସହ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି ।