ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା

ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା
ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା

ଜୟପୁର ୩୦।୧୨: ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ଜୟପୁର ବାମୁଣୀ ଗାଁ ଗଣଦୁଷ୍କର୍ମର ପ୍ରତିବାଦରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ ।

 

ଗତ ୨୪ ତାରିଖ ମଧ୍ୟ ରାତିରେ ପୀଡିତାଙ୍କ ଘରେ ପସି ବନ୍ଧୁକ ମୁନରେ ଭୟଭୀତ କରି ମହିଳାଙ୍କୁ ୨ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ନେଇ ସୋମବାର ରାସ୍ତାରୋକ କରାଯାଇଥିଲା । ପୁଲିସ ତୁରନ୍ତ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

 

ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୁଲିସର ହାତ ଖାଲି ରହିଛି । ଟିମ ଗଠନ କରାଯାଉଛି ବୋଲି କୁହାଯାଇଛି । ହେଲେ ତଦନ୍ତ କେତେ ଦୂର ଗଲା କେହି ସ୍ପଷ୍ଟ କରୁ ନାହାନ୍ତି । ନ୍ୟାୟ ପାଇଁ ରାସ୍ତାରୋକ କଲେ ପୁଲିସ ମାମଲା ରୁଜୁ କରୁଛି । ଗିରଫ କରାଯିବ ବୋଲି ଚେତାବନୀ ଦେଇ ଗ୍ରାମବାସୀଙ୍କୁ ଭୟଭୀତ କରାଯାଉଛି । ବିଜେପି ଏଥିରେ ଭୟଭୀତ ହେବ ନାହିଁ । ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।