ଥରିଲା ଜାପାନ

ଥରିଲା ଜାପାନ

ଜାପାନ ତୋଚିଗୀ ପ୍ରାନ୍ତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୮ ଥିବା କୁହାଯାଇଛି। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫ଟା ବାଜି ୩୭ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କମ୍ପନ ଯୋଗୁ ଲୋକେ ଉଚ୍ଚ ଅଟ୍ଟାଳିକାମାନଙ୍କରୁ ଓହ୍ଲାଇ ଆସିଛନ୍ତି। କମ୍ପନର ଉତ୍ପତି ୩୨.୧ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୧୩୮.୫ ଡିଗ୍ରି ଦ୍ରାଘିମାରେ ଭୂ-ପୃଷ୍ଟରୁ ପ୍ରାୟ ୩୮୦ କିଲୋମିଟର ଗଭୀରତାରେ ଥିବା କୁହାଯାଇଛି। 

ଭୂମି କମ୍ପ ଯୋଗୁ କ୍ଷୟକ୍ଷତିର ଅଚାନକ ସୂଚନା ମିଳି ନାହିଁ। ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ରାଜଧାନୀ ଟୋକିଓରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଟୋକିଓରେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୩ ମପା ଯାଇଛି। ତେବେ ଭୂମିକମ୍ପ ଯୋଗୁ ସୁନାମୀ ସତର୍କତା ଜାରି ହୋଇ ନଥିବା ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସୀ ଜେଏମଏ କହିଛନ୍ତି।

ସେପଟେ ଦକ୍ଷିଣ ଜାପାନରେ ବୁଧବାର ଏକ ଆଗ୍ନେୟଗିରିରୁ ଅଗ୍ନିଉଦଗିରଣ ହୋଇଥିଲା। ମାଉଣ୍ଟ ଏସୋରେ ଅଗ୍ନିଉଦଗିରଣ ହେଉଥିବା ବେଳେ ଜେଏମଏ ୩ ନମ୍ବର ସତର୍କତା ଜାରି କରିଛନ୍ତି। ଆଗ୍ନେୟଗିରି ଉଦଗିରଣ ଯୋଗୁ ଧୂଆଁ ଓ ପାଉଁସ ବ୍ୟାୟୁ ମଣ୍ଡଳରେ ବ୍ୟାପୁଥିବା ବେଳେ ପର୍ବତାରୋହୀ ଓ ପହାଡର ବାସିନ୍ଦାଙ୍କୁ ସତର୍କ କରାଯାଇଛି। କୁମାମୋଟୋ ଓ ଏସୋ ସହର ଲାଗି ଜେଏମଏ ସତର୍କତା ଜାରି କରିଛନ୍ତି।