Coca-Cola କିଣିବେ ଏଲନ ମସ୍କ! ଭାଇରାଲ ହେଉଛି ଟ୍ୱିଟ

Coca-Cola କିଣିବେ ଏଲନ ମସ୍କ! ଭାଇରାଲ ହେଉଛି ଟ୍ୱିଟ

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟୁଇଟର’ ପରେ ଏବେ ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଅନ୍ୟ ଏକ ଟୁଇଟ୍‌କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏଲନ ମସ୍କ ଟୁଇଟ୍ କରି କହିଛନ୍ତି, ସେCoca-Cola କିଣିବାକୁ ଇଚ୍ଛା କରିଛନ୍ତି। ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଅଛନ୍ତି।ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ କୋକାକୋଲା କିଣିବେ ଏବଂ ‘କୋକେନ୍ ଫେରାଇବେ’। ୨୦୧୭ ରେ ଏଲନ୍ ମସ୍କ ପଚାରିଥିଲେ ଟ୍ୱିଟର କିଣିବାକୁ ତାଙ୍କୁ କେତେ ଖର୍ଚ୍ଚ ପଡ଼ିବ, ସେହି ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଥଟା କରି କହିଥିଲେ ସତରେ କ’ଣ ସେ ଟ୍ୱିଟର କିଣିବେ। କିନ୍ତୁ ସେ ପ୍ରାୟ ୪୪ ବିଲିୟନ ଡଲାର୍ ଦେଇ ଟ୍ୱିଟର କିଣିଲେ।

  ଗୁରୁବାର ଦିନ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ସେ ପରବର୍ତ୍ତୀ ସମୟରେ କୋକାକୋଲା କିଣିବେ ଏବଂ ଏଥିରେ କୋକେନ୍ ରଖିବେ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଏହି କୋକାକୋଲା ଟ୍ୱିଟ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଦୁଇ ଘଣ୍ଟା ମଧ୍ୟରେ, ଟ୍ୱିଟ୍ ୧ ମିଲିୟନ୍ ଲାଇକ୍, ୨୦୦ କେ ରିଟ୍ୱିଟ ଏବଂ ୬୦K କୋଟ୍ ଟ୍ୱିଟ୍ ଅତିକ୍ରମ କରିଛି । ତେବେ ତାଙ୍କର ଏହି ଟ୍ୱିଟ୍ ପଢ଼ି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଥଟା କରିଛନ୍ତି। ଏମିତିକି ୟୁଜରମାନେ ନିଶ୍ଚିତ ନୁହଁନ୍ତି ଯେ ସେ ଏହାକୁ କିଣିବେ କି ନାହିଁ।