ପଟିଆ ବିଗ ବଜାରରୁ ରେଳ ଷ୍ଟେସନ୍ ରାସ୍ତାର ସଂପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ପଟିଆ ବିଗ ବଜାରରୁ ରେଳ ଷ୍ଟେସନ୍ ରାସ୍ତାର ସଂପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ପଟିଆ ବିଗ ବଜାରରୁ ରେଳ ଷ୍ଟେସନ୍ ପର୍ଯ୍ଯନ୍ତ ରାସ୍ତାର ସଂପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ବିଏମସି, ବିଡିଏ ଏବଂ କମିଶନରେଟ ପୋଲିସର ମିଳିତ ସହଯୋଗରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି ।ଖବର ଅନୁଯାୟୀ, ମଙ୍ଗଳବାର ପଟିଆ ଷ୍ଟେସନ୍ ରୋଡ ଏବଂ କ୍ରୁଟ୍ ବସ୍ ଟର୍ମିନାଲ ସମ୍ମୁଖ ୨୦୦ ଫୁଟିଆ ପ୍ରସ୍ତାବିତ ରାସ୍ତାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି । ସେହପରି ପଟିଆ ବିଗବଜାର ଛକରୁ ରେଳଷ୍ଟେସନ୍ ପର୍ଯ୍ଯନ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଉଚ୍ଛେଦ କରାଯାଇଥିଲା । ଏଥିରେ ୧୬ଟି ଦୋକାନ ଏବଂ ହୋଟେଲ, ପାଖାପାଖି ୫୦୦ମିଟର ଲମ୍ବାର ପାଚେରୀ, ଦୁଇଟି ଘରର ଗ୍ରୀଲ୍ ଓ ସିଡି, ୬ଟି କେବିନ୍, ୨୯ଟି ଅସ୍ଥାୟୀ ପରିବା ଓ ଆମିଶ ଦୋକାନକୁ ହଟାଇ ଦିଆଯାଇଛି ।ତେବେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ଲାଟୁନ୍ ରିଜର୍ଭ ଫୋର୍ସ, ଗୋଟିଏ ସେକ୍ସନ୍ ମହିଳା ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ସମୟରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର, ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଏସିପି ରମେଶଚନ୍ଦ୍ର ବିଶୋଇ, ବିଡିଏ ଏସଡିଓ ରେବତୀ କାନୁନଗୋ ଓ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।