ବାପାଙ୍କ ଏତଲାରେ ପୁଅ ଗିରଫ, ନିଶା ପାଇଁ କରୁଥିଲା ଚୋରି

ବାପାଙ୍କ ଏତଲାରେ ପୁଅ ଗିରଫ, ନିଶା ପାଇଁ କରୁଥିଲା ଚୋରି
ବାପାଙ୍କ ଏତଲାରେ ପୁଅ ଗିରଫ, ନିଶା ପାଇଁ କରୁଥିଲା ଚୋରି

ଜୟପୁର, ୦୭।୦୫ : ବାପା ପକେଟରୁ ୫ ହଜାର ଟଙ୍କା ଚୋରି କରି ଗିରଫ ହେଲେ ପୁଅ । ବାପାଙ୍କ ଏତଲାକୁ ଆଧାର କରି ପୁଅକୁ ଗିରଫ କରିଛି ପୋଲିସ । ଗିରଫ ପରେ ପୁଅ ଏବେ ଜେଲରେ । ଏପରି ଘଟଣା ଘଟିଛି ଜୟପୁରରେ । ଅଭିଯୋଗ ଅନୁସାରେ ପୁଅ ମହମ୍ମଦ ଇର୍ଫାନ ବାପା ମହମ୍ମଦ ଇସାକଙ୍କ ପକେଟରୁ ବାରମ୍ୱାର ଟଙ୍କା ଚୋରି କରି ନିଶା ନେଉଥିଲେ । ବାପା ବାରମ୍ବାର ତାଗିଦ କରିବା ସତ୍ତ୍ୱେ ପୁଅ ଶୁଣୁନଥିଲା ।

ପୁଅ ବିରୋଧରେ ବାପା ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ବି କରିଛନ୍ତି । ପୁଅ ନିଜ ଭୁଲ ମାନିବା ପରେ ଥାନାରୁ ତାକୁ ଘରକୁ ନେଇ ଆସୁଥିଲେ । ହେଲେ ଏବେ ପୁଅର ନିଶା ପାଇଁ ଟଙ୍କା ଚୋରି ଚରମ ସୀମାରେ ପହଞ୍ଚିବାରୁ ନିରୁପାୟ ବାପା ଶେଷରେ ଜୟପୁର ଟାଉନ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗ ଆଧାରରେ ପୁଅ ମହମ୍ମଦ ଇର୍ଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

ଜେଲରେ ପୁଅ କିଛି ଦିନ ରହିଲେ ଅନ୍ତତଃ ସୁଧୁରିଯିବ ବୋଲି ବାପା ଇସାକ ଆଶା ରଖିଛନ୍ତି। ଆଉ ସେହି ଆଶାରେ ହିଁ ସେ ପୁଅକୁ ଜେଲ ପଠାଇଥିବା କହିଛନ୍ତି । ଦୁଇ ଝିଅ ଆଉ ଗୋଟିଏ ମାତ୍ର ପୁଅକୁ ନେଇ ଇସାକଙ୍କ ପରିବାର । ପୁଅକୁ ସେ ବେଶି ଭଲ ବି ପାଆନ୍ତି । କିନ୍ତୁ ସଙ୍ଗ ଦୋଷରେ ପଡି ପୁଅ ଅବାଟକୁ ଚାଲିଯାଇଥିବା କହିଛନ୍ତି ଇର୍ଫାନଙ୍କ ବାପା ଇସାକ।