ଜନ୍ମ କଲା ପୁଅକୁ ୭ ଖଣ୍ଡ କରି ପୋତିଦେଲା ବାପ

ଜନ୍ମ କଲା ପୁଅକୁ ୭ ଖଣ୍ଡ କରି ପୋତିଦେଲା ବାପ

ବାପାମା ନିଜ ଜୀବନ ଦେଇ ପିଲାଙ୍କୁ ରକ୍ଷା କରନ୍ତି। କିନ୍ତୁ ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳର ଜଣେ ବାପା ଯାହା କରିଛନ୍ତି ଜାଣିଲେ ଯେ କେହିବି ଚକିତ ହୋଇଯିବେ। ବାପା କଂସେଇ ସାଜି ନିଜ ପୁଅକୁ ଖଣ୍ଡ ଖଣ୍ଡ କରିବାକୁ ପଛେଇ ନାହିଁ। ନିଜର ପାଞ୍ଚ ବର୍ଷ ପୁଅକୁ ସାତ ଖଣ୍ଡ କରିଛି ପିଶାଚ ବାପା । ଖବର ଅନୁଯାୟୀ , ଅଲିରାଜପୁରର ଦିନେଶ ଡାବର ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ କୁରାଢିରେ ହତ୍ୟା କରିଥିବା ଖବର ଜଣାପଡିଛି । ତେବେ ଅନ୍ଧବିଶ୍ୱାସକୁ ନେଇ ଦିନେଶ ନିଜ ପୁଅକୁ କୁରାଢିରେ ହାଣି ଖଣ୍ଡ ଖଣ୍ଡ କରିଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦିନେଶଙ୍କ ପତ୍ନୀଙ୍କ ଦେହ ଗତ କିଛି ଦିନ ହେଲା ଖରାପ ରହିଥିଲା । ଯାହାକୁ ନେଇ ଦିନେଶ ଗୁରୁମାତାଙ୍କୁ ଭେଟ କରିଥିଲେ । ଏଥିରେ ଗୁରୁମାତା ଦିନେଶଙ୍କୁ ପୁଅକୁ ହତ୍ୟା କରିବା ପାଇଁ କହିଥିଲେ । କାରାଣ ଦିନେଶଙ୍କ ପୁଅ ପୁରା ପରିବାର ପାଇଣ ଅଶୁଭ ଏବଂ ସେଥିପାଇଁ ତାଙ୍କ ପତ୍ନୀଙ୍କ ଦେହ ଖରାପ ହେଉଛି । ନିଜ ପୁଅକୁ କୁରାଢିରେ ହାଣି ସାତ ଖଣ୍ଡ କରିଛି ଦିନେଶ । ତେବେ ଘଟଣାରେ କଂସେଇ ବାପାକୁ ଗିରଫ କରିଛି ପୋଲିସ । ପୋଲିସ ଅଭିଯୁକ୍ତକୁ ଗିରଫ କରି ଛାନଭିନ୍ ଜାରି ରଖିଛି । ଏପରିକି ଦିନେଶଙ୍କ ଗୁରୁମାତାଙ୍କୁ ଗିରଫ ପାଇଁ ଟିମ୍ ଗଠନ କରାଯାଇଥିବାର ଜଣାପଡ଼ିଛି।