ସୁସ୍ଥ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ

ସୁସ୍ଥ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ

ରାଜ୍ୟ ପାଇଁ ଆଶ୍ୱସ୍ତି। ସୁସ୍ଥ ହେଲେ ରାଜ୍ୟରୁ ଚିହ୍ନଟ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୧୦ ଦିନ ପରେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ। ୨୪ ଘଣ୍ଟା ମଧ୍ୟରେ ୨ ଥର ରିପୋର୍ଟ ନେଗେଟିଭ ଆସିଲା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବାର ଜଣାପଡ଼ିଛି। ୭ ଦିନ ଧରି ଆଇସଲେସନରେ ରହିବେ ସଂପୃକ୍ତ ବ୍ୟକ୍ତି। ତେବେ ରାଜ୍ୟରେ ମୋଟ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଅନ୍ୟ ୭ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଥିବା ସୂଚନା ମିଳିଛି।