Friday, April 19, 2024
29.3 C
Odisha

    ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଦହି: ପାଖ ମାଡ଼ିବନି ରୋଗ

    ଆଗକୁ ପଢନ୍ତୁ

    ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। ଦହିରେ ଥିବା ପୋଟାସିୟମ ପାଚନ ତନ୍ତ୍ର ଠିକ୍‌ରେ କାମ କରିବାରେ ସାହାଯ୍ୟ କରିଥାଏ।
    ଖାଇବାରେ ସାମିଲ କରନ୍ତୁ ଦହି
    ୧- ଆପଣଙ୍କର ଗ୍ୟାସ୍‌ ପ୍ରୋବ୍ଲେମ୍‌ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ
    ୨-ଏହାକୁ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।

    ୩- ଖାଇବା ପରେ ଦହି ଖାଇବା ପାଚନ ତନ୍ତ୍ର ଠିକ୍‌ ଭାବେ କାମ କରିଥାଏ।
    ତ୍ୱଚା ଲାଗି ଲାଭଦାୟକ
    ୧- ଦହି ତ୍ୱଚା ଆଉ କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ।
    ୨- ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।
    ୩- ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍‌ ହୋଇଯାଇଥାଏ।
    ୪- ଏହାକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।
    ୫-ଦହିରେ କ୍ୟାଲସିୟମ ଅଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।
    ୬- ଏହାବ୍ୟତୀତ ଦହି ଆପଣଙ୍କ ଦାନ୍ତ ଓ ନଖକୁ ମଧ୍ୟ ଶକ୍ତ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    22 %
    1.3kmh
    47 %
    Fri
    42 °
    Sat
    43 °
    Sun
    44 °
    Mon
    42 °
    Tue
    42 °

    ସମ୍ବନ୍ଧିତ